www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରାବଣର ତୃତୀୟ ଶନିବାର, କରନ୍ତୁ ଏହି ଉପାୟ ଦୂର ହେବ ଅନେକ ସମସ୍ୟା

ଶ୍ରାବଣର ତୃତୀୟ ଶନିବାର ହରିୟାଲୀ ତିଜ ସହ ଶନିବାର ତୃତୀୟା ତିଥି ଯାହା ବିଶେଷ ମଙ୍ଗଳକାରୀ ଅଟେ। ତୃତୀୟା ତିଥିରେ ଏଥର ପ୍ରଭୁ ଶିବ ,ଶନିଙ୍କ ସହ ମା’ଗୌରୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହେବ। ଜାଣନ୍ତୁ ଏ ବିଷୟରେ….
ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲରେ ଏକ ଦୀପ ଲଗାନ୍ତୁ।
ବୃକ୍ଷ ନିକଟରେ ପ୍ରଥମେ ଶିବଙ୍କର ମନ୍ତ୍ର ଜପ କରି ଶନିଙ୍କ ମନ୍ତ୍ର ଜପ କରନ୍ତୁ।
ଏହାପରେ ଅସହାୟକୁ ଖାଦ୍ୟ କିମ୍ବା କିଛି ଟଙ୍କା ଦାନ କରନ୍ତୁ।
କର୍ମକ୍ଷେତ୍ରରେ ଉନ୍ନତି ପାଇଁ –
ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲରେ ଏକ ଦୀପ ଲଗାନ୍ତୁ। ଏହାପରେ ଶନିଦେବଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ।
ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ। କିଛି ଟଙ୍କା ମଧ୍ୟ ଦାନ କରି ସେହି ଟଙ୍କା ଗୋଟିଏ ତାଙ୍କ ଠାରୁ ଆଣି ନିଜ ପାଖରେ ରଖନ୍ତୁ।
ଧନ ପ୍ରାପ୍ତି ପାଇଁ –
ଶନିବାର ଦିନ ସନ୍ଧ୍ୟା ସମୟରେ ନିମ କାଠ ସହ କଳା ରାଶିକୁ ବ୍ୟବହାର କରି ଯଜ୍ଞ କରନ୍ତୁ। ପ୍ରାୟ ଯଜ୍ଞ ସମୟରେ ପଣ୍ଡିତଙ୍କ ଦ୍ୱାରା  ୧୦୮ ଥର  ନିଆଁରେ ଆହୁତି ଦିଅନ୍ତୁ।
ଯଜ୍ଞ ପରେ କଳା ରଙ୍ଗର ବସ୍ତୁ ଦାନ କରନ୍ତୁ।

courtesy : newsstate.com

ବିବାହ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ –
କୁଆଁରୀ କନ୍ୟା ସନ୍ଧ୍ୟା ସମୟରେ ସମ୍ପୂର୍ଣ୍ଣ ଶୃଙ୍ଗାର ଦ୍ରବ୍ୟ ବ୍ୟବହାର କରି ମା’ଗୌରୀଙ୍କ ନିକଟରେ ବସନ୍ତୁ।
ଏକ ଘିଅର ଦୀପ ମା’ଙ୍କ ନିକଟରେ ଲଗାନ୍ତୁ।
ସଧବା ନାରୀଙ୍କ ଶୃଙ୍ଗାର ସାମଗ୍ରୀ ମା’ଙ୍କ ନିକଟରେ ଅର୍ପଣ କରନ୍ତୁ। ପ୍ରାର୍ଥନା କରନ୍ତୁ।
ଦାମ୍ପତ୍ୟ ଜୀବନର ସମସ୍ୟା ସମାଧାନ ପାଇଁ –
ପ୍ରଦୋଷ କାଳରେ ଦମ୍ପତ୍ତି ପ୍ରଭୁ ଶିବ ଓ ମା’ ପାର୍ବତୀଙ୍କ ସମ୍ମୁଖରେ କିଛି ସମୟ ବସନ୍ତୁ।
ପ୍ରଭୁ ଶଙ୍କରଙ୍କୁ ହଳଦିଆ ଓ ମା’ପାର୍ବତୀଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।
ପ୍ରଭୁ ମହେଶ୍ୱରଙ୍କୁ ପଞ୍ଚମୁଖ ବିଶିଷ୍ଟ ରୁଦ୍ରାକ୍ଷ ଅର୍ପଣ କରି ପତି ପତ୍ନୀଙ୍କ ମଧ୍ୟରୁ ପତି ଏହାକୁ ଧାରଣ କରନ୍ତୁ। ପ୍ରଭୁଙ୍କ ନିକଟରେ ସୁଖମୟ ଭବିଷ୍ୟତ ପାଇଁ ପ୍ରାର୍ଥନା କରନ୍ତୁ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories