ଶ୍ରାବଣ ମାସରେ କିଛି ବିଶେଷ ଉପାୟ

ଆଜି ଶ୍ରାବଣର ପ୍ରଥମ ସୋମବାର।  ଶ୍ରାବଣ ମାସ ମହାଦେବ ଶିବଙ୍କର ପ୍ରିୟ ମାସ ବୋଲି ମାନ୍ୟତା ମିଳିଛି । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଅଶେଷ କୃପା ପ୍ରାପ୍ତି ହୋଇଥାଏ । ଭୋଳାବାବାଙ୍କ ଆର୍ଶୀବାଦରୁ ଘର ଧନ-ସମୃଦ୍ଧିରେ ପୁରି ଉଠେ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ଧନ ପ୍ରାପ୍ତିର ଉପାୟ ବିଷୟରେ..
ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ପୂଜା କରିବା ସହ ଦରିଦ୍ରତାନାଶ ମନ୍ତ୍ର ଜପ କରନ୍ତୁ ।

‘‘ମନ୍ତ୍ର : ଓଁ ଦାରିଦ୍ର୍ୟ ଦୁଃଖ ଦହନାୟ ନମଃ ଶିବାୟ’’

ନିଜ ସାର୍ମଥ୍ୟ ଅନୁଯାୟୀ ପ୍ରତିଦିନ କିଛି ଅର୍ଥ ଅବଶ୍ୟ ଦାନ କରନ୍ତୁ ।
ନିୟମିତ ଭାବରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ।
ନିୟମିତ ପ୍ରାତଃ କାଳରେ ଶିବ ମନ୍ଦିର ଯାଆନ୍ତୁ ।

ସର୍ବପ୍ରଥମେ ଶିବଲିଙ୍ଗ ଉପରେ ମହୁ ଅର୍ପଣ କରନ୍ତୁ ।

ଏହା ପରେ ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ।
ଜଳ ଅର୍ପଣ କରିବା ସମୟରେ ବିଶେଷ ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର : ‘‘ଓଁ ଋଣମୁକ୍ତେଶ୍ବରାୟ ନମଃ ଶିବାୟ’’

ମନ୍ତ୍ର ଜପ କରିବା ପରେ ଋଣ ଭାରରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

ଏହି ଉପାୟ ଶ୍ରାବଣ ମାସର ପ୍ରତି ମଙ୍ଗଳବାର କରନ୍ତୁ ।
ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଦ୍ବାରା କି ଫଳ ମିଳିବ ..

କ୍ୟାରିୟର ଓ ଚାକିରୀରେ ଉନ୍ନତି ପାଇଁ ଲୁହା ବସ୍ତୁର ଦାନ କରନ୍ତୁ। ଏହି ଦାନ ଶ୍ରମିକଙ୍କୁ କରିବା ଉତ୍ତମ ଅଟେ ।
ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପୋଷାକ ଏବଂ ଔଷଧ ଦାନ କରନ୍ତୁ । ଏହା ମେଡିକାଲରେ ବା କୌଣସି ରୋଗୀଙ୍କୁ ଦାନ କରିବା ଉତ୍ତମ ଅଟେ ।

ମକଦ୍ଦମାରୁ ମୁକ୍ତି ପାଇବା ପାଇଁ କଳା ଚଣା ଓ ସୋରିଷ ତେଲ ଦାନ କରନ୍ତୁ । ଏହାକୁ କୌଣସି ଦରିଦ୍ରକୁ ଦାନ କରନ୍ତୁ।

ଆର୍ଥିକ ଅନଟନରୁ ମୁକ୍ତି ପାଇଁ ଅଶ୍ବତ୍ଥ ବୃକ୍ଷ ମୂଳରେ କ୍ଷୀର ଓ ଜଳ ରଖନ୍ତୁ । ଏକ ସୋରିଷ ତେଲରେ ଦୀପ ଜଳାଇବା ସହ ଅଶ୍ବତ୍ଥ ବୃକ୍ଷ ପରିକ୍ରମା କରନ୍ତୁ । ଏହା ପରେ ସେହି କ୍ଷୀରକୁ କୌଣସି ଗରିବକୁ ଦାନ କରନ୍ତୁ ।

Comments are closed.