www.samajalive.in
Saturday, December 6, 2025
26.1 C
Bhubaneswar

ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି; ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ସାଂସଦ ମାନଙ୍କୁ କଲେ ନିବେଦନ

ନୂଆଦିଲ୍ଲୀ: ଆଜିଠାରୁ ବସିଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନ ବସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦ ମାନଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି । ତାହା ସହ ଏହି ମୌସୁମୀ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହି ସ୍ଥାନରେ ପ୍ରତିଟି ବିଷୟବସ୍ତୁ ଉପରେ ଆଲୋଚନା କରନ୍ତୁ । ଆବଶ୍ୟକ ଯଦିହୁଏ ତର୍କ ବିତର୍କ କରନ୍ତୁ । ସମାଲୋଚନା ମଧ୍ୟ କରନ୍ତୁ । ହେଲେ ସମସ୍ତ ସାଂସଦ ମାନଙ୍କ ଉଦ୍ୟମ ଓ ସହଯୋଗରେ ଗୃହ ସୁରୁଖୁରୁରେ ଚାଲିପାରିବ​‌ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସୂଚନା ମୁତାବକ ଚଳିତ ମୌସୁମୀ ଅଧିବେଶନରେ ମୋଟ୍‌ ୧୮ଟି କାର୍ଯ୍ୟ ଦିବସ ରହିଛି । ଆଜି ଠାରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ । ଏଥିରେ ମୋଟ୍‌ ୩୨ଟି ବିଲ୍‌ ତାଲିକା ଭୁକ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୨୪ଟି ନୂତନ ବିଲ ଥିବା ସୂଚନା ରହିଛି । ବାଚାରାଧୀନ ଭାବରେ ବର୍ତ୍ତମାନ ସଂସଦରେ ୩୫ଟି ବିଲ୍‌ ରହିଛି । ସେଥିମଧ୍ୟରୁ ୧୮ଟି ବିଲ୍‌ ପୁଣି ଥରେ ଆଗତ କରାଯିବା ନେଇ ସୂଚନା ମିଳିଛି । ତେଣୁ ଏହି ସମସ୍ତ କାର୍ଯ୍ୟ ପାଇଁ ଚଳିତ ବର୍ଷର ମୌସୁମୀ ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି ବୋଲି କୁହାଯାଉଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories