www.samajalive.in
Saturday, December 6, 2025
16.1 C
Bhubaneswar

ଦେଶକୁ ମିଳିଲା ନବମ କରୋନା ଟିକା, ସ୍ପୁଟନିକ ଲାଇଟ୍ କୋଭିଡ୍-୧୯କୁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: ଦେଶକୁ ମିଳିଲା ନବମ କରୋନା ଟିକା । ସ୍ପୁଟନିକ ଲାଇଟ୍ କୋଭିଡ୍-୧୯କୁ ଅନୁମତି ଦେଲା ଡିସିଜିଆଇ । ସ୍ପୁଟନିକ ଲାଇଟ୍ କୋଭିଡ୍-୧୯କୁ ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇ ଅନୁମତି ଦେଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଟିକା ମାତ୍ର ଗୋଟିଏ ଡୋଜ୍‍ ନେବାକୁ ପଡ଼ିବ । ଏଣିକି ଦୁଇଟି ଟିକା ନେବା ପରିବର୍ତ୍ତେ ଗୋଟିଏ ଟିକା ନେବେ ଲେମେ । କରୋନାକୁ ମାତ୍‍ ଦେବ ସ୍ପୁଟନିକ ଲାଇଟ୍ କୋଭିଡ୍-୧୯ର ମାତ୍ର ଗୋଟିଏ ଡୋଜ୍‍ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, କରୋନା ସହ ଲଢ଼ିବାକୁ ଦେଶ ତାର ୯ମ ଟିକା ପାଇଛି । ପୂର୍ବରୁ ସ୍ପୁଟନିକ ଭି ଟିକାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳି ସାରିଛି । ସ୍ପୁଟନିକ ଭି ୯୧.୬ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ‘ସ୍ପୁଟନିକ ଲାଇଟ୍’ ୭୯.୪ ପ୍ରତିଶତ ପ୍ରଭାବୀ ଥିବା କମ୍ପାନୀ ଦାବି କରିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories