www.samajalive.in
Saturday, December 6, 2025
23.1 C
Bhubaneswar

ଅକ୍ଷୟ ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବଢ଼ୁଛି ନିର୍ବାଚନ ତାତି । ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବେ ବଲିଉଡ ଅଭିନେତା ଅକ୍ଷୟକୁମାର । ଏନେଇ ଅକ୍ଷୟ କୁମାର ରାଜି ହୋଇଥିବା କୁହାଯାଉଛି । ଅକ୍ଷୟ ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ତାଙ୍କ ଡେରାଡୁନ୍ ବାସଭବନରେ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ବେସ କିଛି ସମୟ ଆଲୋଚନା ହୋଇଥିବା ମଧ୍ୟ ଜଣାପଡ଼ିଛି । ଆଲୋଚନା ପରେ ଅକ୍ଷୟ ବ୍ରାଣ୍ଡ ଆମ୍ବାସାଡର ହେବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଖାଲି ସେତିକି ନୁହେଁ ଅକ୍ଷୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଅକ୍ଷୟଙ୍କୁ ପୁଷ୍କର ସିଂ ଏକ ଟୋପି ଉପହାର ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories