www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନକୁ ସମର୍ଥନ କରି ଫଶିଲା ହ୍ୟୁଣ୍ଡାଇ

ନୂଆଦିଲ୍ଲୀ: କାଶ୍ମରୀ ମାମଲାକୁ ନେଇ ବିବାଦରେ ହ୍ୟୁଣ୍ଡାଇ କମ୍ପାନୀ । କମ୍ପାନୀର କିଛି ବିବୃତିକୁ ନେଇ ଏବେ ହୁଣ୍ଡାଇ ବିବାଦରେ ରହିଥିବା ଜଣାପଡ଼ିଛି । ସୂଚନା ମୁତାବକ ଫେବ୍ର୍ରୁଆରୀ ୫କୁ ପାକିସ୍ତାନ କାଶ୍ମରୀ ଏକତା ଦିବସ ପାଳନ କରିଥାଏ । ଫେବ୍ର୍ରୁଆରୀ ୫ରେ ହ୍ୟୁଣ୍ଡାଇ କମ୍ପାନୀ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ କମ୍ପାନୀ ଲେଖିଥିଲା ‘ଆପଣଙ୍କ ଭାଇ ମାନଙ୍କର ବଳିଦାନ ମନେରଖ ଓ ସେମାନଙ୍କ ସମର୍ଥନ କର । ସେମାନେ ସ୍ୱାଧୀନତା ପାଇଁ ନିରନ୍ତର ସଂଗ୍ରାମ କରିଛନ୍ତି ।’ କମ୍ପାନୀର ଏହି ପୋଷ୍ଟକୁ ନେଇ ଭାରତୀୟଙ୍କ ମଧ୍ୟରେ କିଛି କ୍ଷୋଭ ଦେଖିବାକୁ ମିଳିଛି । ଭାରତୀୟ ଉପଭୋକ୍ତା ମାନେ କହିଛନ୍ତି, ବିଶ୍ୱର ସବୁଠୁ ବଡ଼ କମ୍ପାନୀ ହ୍ୟୁଣ୍ଡାଇ ଭାରତକୁ ବୁଝିବାକୁ ଭୁଲ କରିଛି । ଏହାର କଡ଼ା ଜବାବ ଦିଆଯିବ ବୋଲି ସେ ଉପଭୋକ୍ତା କହିଛନ୍ତି । ଏହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା । ପରେ ପୋଷ୍ଟଟି ଡିଲିଟ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ପୋଷ୍ଟଟିର ସ୍କ୍ରିନ୍‍ ସଟ୍‍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୂଚନାଥାଉ ଗତ ୨୦୨୧ରେ ହ୍ୟୁଣ୍ଡାଇ ଭାରତୀୟ ବଜାରରେ ଭଲ ବ୍ୟବସାୟ କରିଥିଲା । ଗତବର୍ଷ ଭାରତରେ ହ୍ୟୁଣ୍ଡାଇ ମଟର୍ସ କାର ବ୍ୟବସାୟ ଭଲ କରିଛି । ଭାରତରେ ୫ଲକ୍ଷ ୫୦ ହଜାର କାର୍‍ ବିକ୍ରି ହୋଇଥିବା ବେଳେ ପାକିସ୍ତାନରେ ମାତ୍ର ୮ ହଜାର କାର୍‍ ବିକ୍ରି କରିଥିଲା । ବର୍ତ୍ତମାନ କମ୍ପାନୀର ଏହି ପୋଷ୍ଟ ଭାରତୀୟଙ୍କୁ ଆଘାତ ଦେଇଛି ବୋଲି କିଛି ଉପଭୋକ୍ତା କହିଛନ୍ତି ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories