www.samajalive.in
Saturday, December 6, 2025
14.1 C
Bhubaneswar

ଦିନେ ଥିଲେ ଜେଏନୟୁ ଟପ୍ପର; ଆଜି ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ନୂତନ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତଙ୍କୁ ନିଯୁକ୍ତି ମିଳିଛି। ପ୍ରଫେସର ପଣ୍ଡିତ ସାବିତ୍ରୀବାଈ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ସାଧାରଣ ପ୍ରଶାସନ ବିଭାଗର ପ୍ରାଧ୍ୟାପିକା ଥିଲେ। ସେ ପ୍ରାଧ୍ୟାପକ ଜଗଦୀଶ କୁମାରଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି।

ପ୍ରଫେସର ଶାନ୍ତିଶ୍ରୀଙ୍କ ଜନ୍ମ ୧୫ ଜୁଲାଇ ୧୯୬୨ରେ ଋଷର ସେଣ୍ଟ ପିଟର୍ସବର୍ଗରେ ହୋଇଥିଲା। ତାଙ୍କ ପିତା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଲେଖକ ଏବଂ ସାମ୍ବାଦିକ ହୋଇଥିବା ବେଳେ ମାଆ ତାମିଲ ଓ ତେଲୁଗୁ ଭାଷା ବିଭାଗରେ ପ୍ରାଧ୍ୟାପିକା ଥିଲେ। ବିଦ୍ୟାଳୟ ଶିକ୍ଷା ସମୟରେ ରାଜ୍ୟସ୍ତରରେ ସଫଳତା ହାସଲ କରିଥିବା ଶାନ୍ତିଶ୍ରୀ ପ୍ରେସିଡେନ୍ସି କଲେଜରୁ ଇତିହାସ ଏବଂ ସାମାଜିକ ମନୋବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେଠାରେ ସେ ସ୍ବର୍ଣ୍ଣ ପଦକ ବିଜେତା ଥିଲେ ଏବଂ ୫ଟି ପଦକ ଓ ୨ଟି ବିଶ୍ବବିଦ୍ୟାଳୟ ସମ୍ମାନ ହାସଲ କରିଥିଲେ।

- Advertisement -

ସେ ରାଜନୀତି ବିଜ୍ଞାନରେ ସ୍ନାତୋକୋତ୍ତର ଡିଗ୍ରୀ ହାସଲ କରିବା ପରେ ଅନ୍ତର୍ଜାତୀୟ ସମ୍ପର୍କରେ ଏମ୍‌ଫିଲ୍‌ କରିଛନ୍ତି। ଶାନ୍ତିଶ୍ରୀ ଜେଏନୟୁରୁ ଅନ୍ତର୍ଜାତୀୟ ସମ୍ପର୍କରେ ୮୩.୪% ନମ୍ବର ରଖି ବିଶ୍ବବିଦ୍ୟାଳୟ ଟପ୍ପର ହୋଇଥିଲେ। ୧୯୮୫-୮୭ ମସିହାରେ ତାମିଲନାଡୁ ଛାତ୍ର ସଙ୍ଗଠନର ସେ ସେକ୍ରେଟାରୀ ମଧ୍ୟ ଥିଲେ। ୧୯୮୮ ମସିହାରୁ ଏପର୍ଯ୍ୟନ୍ତ ତାଙ୍କର ମୋଟ୍‌ ୩୪ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି।

 

 

 

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories