www.samajalive.in
Saturday, December 13, 2025
27.1 C
Bhubaneswar

ଆଜି ୩ଟି ମ୍ୟାଚ୍‌: ଦକ୍ଷିଣ ଆଫ୍ରିକା, ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ

ସିଡନୀ: ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଗୁରୁବାର ଗ୍ରୁପ୍‌-୨​ରେ ୩ଟି ମ୍ୟାଚ୍‌ ଖେଳାଯିବ। ବାଂଲାଦେଶ-ଦକ୍ଷିଣ ଆଫ୍ରିକା, ଭାରତ-ନେଦରଲାଣ୍ଡ୍‌ସ ଏବଂ ପାକିସ୍ତାନ-ଜିମ୍ବାୱେ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଗ୍ରୁପ୍‌-୨ରୁ ସେମିଫାଇନାଲରେ ପ୍ରବେଶ ପାଇଁ ଭାରତ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁଖ୍ୟତଃ ମୁକାବିଲା ହେବାର ସମ୍ଭାବନା ରହିଛି। ତେବେ ବାଂଲାଦେଶ ମଧ୍ୟ ସେମିଫାଇନାଲରେ ଦୌଡ଼ରେ ରହିଛି, ଏହାକୁ ଅସ୍ବୀକାର କରି ହେବ ନାହିଁ। ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିଥିଲା।

ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକା ପୂରା ୨ ପଏଣ୍ଟ ପାଇବ ବୋଲି ଆଶା କରାଯାଉଥିବା ବେଳେ ବର୍ଷା ବାଧକ ସାଜିଥିଲା। ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେବାରୁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଦଳ ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ପରାସ୍ତ ହୋଇଥିବାରୁ ତା’ର ପଏଣ୍ଟ ଖାତା ଖୋଲି ନାହିଁ। ତେଣୁ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ନିଜ ସ୍ଥିତି ମଜଭୁତ୍‌ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ।

- Advertisement -

ଏହି ଗ୍ରୁପ୍‌ର ପଏଣ୍ଟ ଟେବୁଲକୁ ଦୃଷ୍ଟି ଦେଲେ ବାଂଲାଦେଶ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳି ବିଜୟୀ ହେବା ସହ ୨ ପଏଣ୍ଟ ​‌ଲେଖାଏଁ ହାସଲ କରିଛନ୍ତି। ତେବେ ଉନ୍ନତ ରନ୍‌ହାର ଆଧାରରେ ବାଂଲାଦେଶ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ସିଡନୀରେ ଅପ୍ରତ୍ୟାଶିତ ଭାବେ ବର୍ଷା ହେଉଥିବାରୁ ଏହି ଗ୍ରୁପ୍‌ରେ ଥିବା ଦଳମାନଙ୍କ ପାଇଁ ଅଧିକ ବ୍ୟବଧାନରେ ମ୍ୟାଚ୍‌ ଜିତିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସେମିଫାଇନାଲରେ ପ୍ରବେଶ ନିମନ୍ତେ ଉନ୍ନତ ରନ୍‌ହାର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ଆଶା ରହିଛି।

ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଭଲ ସ୍ଥିତିରେ ରହିଥିବା ବେଳେ ଆଗକୁ ଖେଳାଯିବାକୁ ଥିବା ପ୍ରାୟ ସବୁ ମ୍ୟାଚ୍‌ରେ ବିଜୟୀ ହେବ ବୋଲି ଆଶା କରାଯାଉଛି। ତେଣୁ ଭାରତ ସେମିଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ବୋଲି ଧରା ଯାଉଥିବା ବେଳେ ସେମିଫାଇନାଲରେ ପ୍ରବେଶ ନିମନ୍ତେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟ​‌େ​‌ର କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଦଳ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ଗୁରୁବାର ଯଦି ବାଂଲାଦେଶ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ ତେବେ ସେମିଫାଇନାଲରେ ପ୍ରବେଶ ନେଇ ବାଂଲାଦେଶର ଆଶା ବଢ଼ିଯିବ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories