www.samajalive.in
Thursday, December 11, 2025
18.1 C
Bhubaneswar

ବିଭିନ୍ନ ସମସ୍ୟା ନେଇ ଆମ୍‌ ଆଦମୀ ପାର୍ଟିର ଦାବିପତ୍ର ପ୍ରଦାନ

ଫୁଲବାଣୀ: ଫୁଲବାଣୀ ସହରର ବିଭିନ୍ନ ସମସ୍ୟା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟମିତ  ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ଗରୀବ ରୋଗୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ଦଳ । ସେହିଭଳି ଫୁଲବାଣୀ ସହରର ବିଭିନ୍ନ ରାସ୍ତା କଡରେ ବସୁଥିବା ଉଠା ଦୋକାନୀ ମାନଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ମଧ୍ୟ ଦଳ ଅଭିଯୋଗ କରିଛି । ସହରର ବିଭିନ୍ନ ଶୌଚାଳୟ ମାନଙ୍କର ଦୟନୀୟ ସ୍ଥିତି ନେଇ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରାଯାଇଛି । ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦଳ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷାଙ୍କୁ ନିବେଦନ କରାଯାଇଛି। ନଗର ସଭାପତି ରଶ୍ମିତା ପଟ୍ଟନାୟକଙ୍କ ନେତୃତ୍ୱରେ ଉପସଭାପତି ସୁନୀଲ କୁମାର ମୁନୀ, ଉପଦେଷ୍ଟା ରାଜକିଶୋର ପାଢ଼ୀ, ଜିଲ୍ଲା ଉପସଭାପତି ଗିରିଶ ପଟ୍ଟନାୟକ,ଏସସି ସେଲ ସଭାପତି ତ୍ରିନାଥ ମାଝୀ ଓ ଯୁବନେତା ମହେଶ୍ବର ବେହେରା ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories