www.samajalive.in
Saturday, December 6, 2025
14.1 C
Bhubaneswar

ଚେସ୍‍ ଅଲିମ୍ପିଆଡ୍‍: ପଦ୍ମିନୀ ଭାରତୀୟ ଦଳରେ; ଆନନ୍ଦ ଫେରିଲେ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୩ରୁ ଅକ୍ଟୋବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜର୍ଜିଆର ବାତୁମି ସହରରେ ଆୟୋଜନ ହେବ ବିଶ୍ୱ ଚେସ୍‍ ଅଲିମ୍ପିଆଡ୍‍। ଏହି ଟୁର୍ଣ୍ଣାମେଣ୍ଟ ଲାଗି ସର୍ବଭାରତୀୟ ଚେସ୍‍ ମହାସଂଘ (ଏଆଇସିଏଫ୍‍) ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା କରିଛି। ଭାରତୀୟ ମହିଳା ଦଳରେ ଓଡ଼ିଶାର ପଦ୍ମିନୀ ରାଉତ ରହିଥିବା ବେଳେ ପୁରୁଷ ଦଳରେ ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ୍‍ ଆନନ୍ଦ ରହିଛନ୍ତି। ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତକୁ ୫ମ ସିଡ୍‍ ମିଳିଛି।
୨୦୧୪ରେ ଭାରତ ଓପନ୍‍ ବିଭାଗରେ ଏକମାତ୍ର ବ୍ରୋଞ୍ଜ୍‍ପଦକ ଜିତି ପାରିଥିଲା। ୨୦୧୬ରେ ଗତ ସଂସ୍କରଣରେ ଭାରତୀୟ ଦଳ ଓପନ୍‍ ବର୍ଗରେ ୪ର୍ଥ ସ୍ଥାନରେ ଥିବା ବେଳେ ମହିଳା ବର୍ଗରେ ୫ମ ସ୍ଥାନରେ ରହିଥିଲା। ସୂଚନାଯୋଗ୍ୟ; ୨୦୦୬ ପରେ ଆନନ୍ଦ ଭାରତୀୟ ପୁରୁଷ ଦଳକୁ ଫେରିଛନ୍ତି। ସେହିପରି ବହୁତ ବର୍ଷ ପରେ ଭାରତୀୟ ମହିଳା ଦଳରେ ଅଭିଜ୍ଞ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ସାମିଲ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୧୧ ରାଉଣ୍ଡ ବିଶିଷ୍ଟ ହେବ। ଭାରତୀୟ ମହିଳା ଦଳରେ ଥିବା ଖେଳାଳି ହେଲେ କୋନେରୁ ହମ୍ପି, ଦ୍ରୋଣାବଳୀ ହାରିକା, ତାନିଆ ସଚଦେବ, ଈଶା କାରଭାଡ଼େ ଓ ପଦ୍ମିନୀ ରାଉତ। ଦଳର ପ୍ରଶିକ୍ଷକ ହେଲେ ଜାକବ୍‍ ଆଗାର୍ଡ। ଭାରତୀୟ ପୁରୁଷ ଦଳରେ ଥିବା ଖେଳାଳି ହେଲେ ବିଶ୍ୱନାଥନ୍‍ ଆନନ୍ଦ, ପି. ହରିକୃଷ୍ଣ, ବିଦିତ ଗୁଜରାଟୀ, କେ. ଶଶିକିରଣ ଓ ବି. ଅଧିବନ୍‍। ପ୍ରଶିକ୍ଷକ ହେଲେ ଆର୍‍.ବି. ରମେଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories