www.samajalive.in
Saturday, December 6, 2025
14.1 C
Bhubaneswar

ଜୁନିୟର ବିଶ୍ୱ କୁସ୍ତି ଚମ୍ପିଆନସିପ୍‍: ଫାଇନାଲରେ ଭାନ୍‍ୱାଲ

ନୂଆଦିଲ୍ଲୀ : ଭାରତର ସଜନ ଭାନ୍‍ୱାଲ ସ୍ଲୋଭାକିଆରେ ଚାଲିଥିବା ଜୁନିୟର ବିଶ୍ୱ କୁସ୍ତି ଚମ୍ପିଆନସିପ୍‍ର ୭୭ କିଗ୍ରା ବର୍ଗ ଗ୍ରୀକୋ-ରୋମାନ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଏହି ଇଭେଣ୍ଟର ସେମିଫାଇନାଲରେ ଭାନ୍‍ୱାଲ ୟୁକ୍ରେନର ଦିମିତ୍ରୋ ଗାର୍ଦୁବେଇଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ଭାନ୍‍ୱାଲ ରୁଷର ଇସଲାମ ଓପିଏଭ୍‍ଙ୍କୁ ଭେଟିବେ। ଫାଇନାଲକୁ ଉନ୍ନୀତ ହେବାସହିତ ଭାନ୍‍ୱାଲ ଅତିକମରେ ରୌପ୍ୟପଦକ ଜିତିବା ନିଶ୍ଚିତ କରିଛନ୍ତି। ହରିୟାଣାର ଏହି ମଲ୍ଲଯୋଦ୍ଧା ଗତବର୍ଷ ଫିନଲାଣ୍ଡରେ ଆୟୋଜିତ ଜୁନିୟର ବିଶ୍ୱ ଚମ୍ପିଆନସିପ୍‍ରେ ବ୍ରୋଞ୍ଜପଦକ ଜିତିଥିବାବେଳେ ଚଳିତବର୍ଷ ଜୁଲାଇରେ ଆୟୋଜିତ ଜୁନିୟର ଏସୀୟ କୁସ୍ତିରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଭାନ୍‍ୱଲଙ୍କ ବ୍ୟତୀତ ଭାରତର ଅନ୍ୟ ଦୁଇ ମଲ୍ଲଯୋଦ୍ଧା ବିଜୟ ଓ ସାଗର ଯଥାକ୍ରମେ ୫୫ ଓ ୬୩ କିଗ୍ରା ବର୍ଗ ସେମିଫାଇନାଲରେ ପରାସ୍ତ ହୋଇଥିବାବେଳେ ବର୍ତ୍ତମାନ ବ୍ରୋଞ୍ଜପଦକ ପାଇଁ ମୁକାବିଲା କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories