www.samajalive.in
Sunday, December 14, 2025
15.1 C
Bhubaneswar

ଡେବ୍ରିଗଡ ଅଭୟାରଣ୍ୟରେ ‘ସ୍ପାଇଡର ଟକ’ କର୍ମଶାଳା

ସମ୍ବଲପୁର :  ସମ୍ବଲପୁର ସହରର ଉପକଣ୍ଠରେ ସ୍ଥିତ ଡେବ୍ରିଗଡ ଅଭୟାରଣ୍ୟରେ ପରିବେଶ ଓ ବନ୍ୟଜନ୍ତୁ ମାନଙ୍କ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ନିମନ୍ତେ ‘ସ୍ପାଇଡର ଟକ’ (ବୁଢ଼ିଆଣି ଆଲୋଚନା) ନାମକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବନ ବିଭାଗ ପକ୍ଷରୁ ଆୟୋଜିତ ଏହି ୨ ଦିନିଆ କର୍ମଶାଳାରେ ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ, ବ୍ଲଗର, ବନ୍ୟପ୍ରାଣୀ ଚିତ୍ର ଉତ୍ତୋଳନକାରୀ, ପର୍ଯ୍ୟଟକ ଓ ବନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ। ହୀରାକୁଦ ବନ୍ୟ ପ୍ରାଣୀ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶନିବାର ଓ ରବିବାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ସ୍ପାଇଡର (ବୁଢ଼ିଆଣି) ମାନଙ୍କର ବିଭିନ୍ନ ପ୍ରକାର, ଆକାର, ପ୍ରଜାତି, ଜୀବନଶୈଳୀ, ବିଶେଷତ୍ୱ, ପ୍ରକୃତି ପାଇଁ ସେମାନଙ୍କର ଗୁରୁତ୍ୱ, ସେମାନଙ୍କର ସଂରକ୍ଷଣ ଆଦି ବିଭିନ୍ନ ବିଷୟରେ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ବୁଢ଼ିଆଣି ଉପରେ ଗବେଷଣା କରୁଥିବା ଡା. କିସଳୟ ଦାସ ଙ୍କ ସହିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ପ୍ରକୃତିପ୍ରେମୀ, ବ୍ଲଗର, ବନ୍ୟପ୍ରାଣୀ ଚିତ୍ର ଉତ୍ତୋଳନକାରୀ, ପର୍ଯ୍ୟଟକ ଓ ବନ ବିଭାଗର କର୍ମଚାରୀ ମାନେ ଡେବ୍ରିଗଡ ଜଙ୍ଗଲ ମଧ୍ୟରେ ଚାଲି ଚାଲି (ୱାକ) କରି ବିଭିନ୍ନ ପ୍ରଜାତିର ବୁଢ଼ିଆଣି ଙ୍କୁ ଦେଖିବା ସହିତ ସେମାନଙ୍କ ବିଷୟରେ ଗବେଷଣା କରିଥିଲେ।

- Advertisement -

ଦୁଇ ଦିନିଆ କର୍ମଶାଳା ସର୍ମ୍ପକରେ ବିଶେଷଜ୍ଞ ଡ. ଦାସ କହିଛନ୍ତି ଯେ, ମୁଁ ପେଶାରେ ବୁର୍ଲା ଭିମସାର (ସିକିଲ ସେଲ ଇନଷ୍ଟିଟ୍ୟୁଟ) କାର୍ଯ୍ୟରତ ରହିଥିବା ବେଳେ ବୁଢ଼ିଆଣି ବିଷୟରେ ଗବେଷଣା କରିବାର ମୋର ନିଶା। ଏଣୁ ପ୍ରାୟ ୨୦ ବର୍ଷ ହେବ ଡେବ୍ରିଗଡ ଅଭୟାରଣ୍ୟ ଅଞ୍ଚଳରେ ବୁଢ଼ିଆଣି ଉପରେ ମୁଁ ମୋର ଗବେଷଣା ଜାରି ରଖିଛି । ସାଧାରଣତଃ କେହି ବୁଢ଼ିଆଣି ଉପରେ ଧ୍ୟାନ ଦେଇ ନ ଥାନ୍ତି। ତେବେ ବୁଢ଼ିଆଣିର ପରିବେଶ ଉପରେ ବେଶ ପ୍ରଭାବ ରହିଛି। ସାରା ଦେଶରେ ପ୍ରାୟ ୨ ହଜାର ପ୍ରଜାତିର ବୁଢ଼ିଆଣି ରହିଥିବା ବେଳେ କେବଳ ଓଡିଶାରେ ଏ ପର୍ଯ୍ୟନ୍ତ ପ୍ରାୟ ୨୫୦ ପ୍ରକାର ପ୍ରଜାତିର ବୁଢ଼ିଆଣି ରହିଥିବାର ସରକାରୀ ରେକର୍ଡରେ ରହିଛି । ଡେବ୍ରିଗଡ ଅଭୟାରଣ୍ୟରେ ପୂର୍ବରୁ କୌଣସି ଅଭିଯାନ ହୋଇ ନ ଥିବା ବେଳେ ଏଠାରେ ପ୍ରାୟ ୧୫୦ ରୁ ୨ ଶହ ପ୍ରଜାତିର ବୁଢ଼ିଆଣି ରହିଥିବାର ଆମେ ଅନୁମାନ କରୁଛୁ । ଏ ପର୍ଯ୍ୟନ୍ତ ପ୍ରାୟ ୫୦ଟି ବିଭିନ୍ନ ପ୍ରଜାତିର ବୁଢ଼ିଆଣି ଡେବ୍ରିଗଡ ଅଭୟାରଣ୍ୟରେ ମିଳି ସାରିଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିଲେ ଅତି କମରେ ୧୫ ରୁ ୨୦ ନୂତନ ପ୍ରଜାତିର ବୁଢ଼ିଆଣି ମିଳିବାର ଆଶା ରହିଛି । ମୋର ସ୍ୱତନ୍ତ୍ର ରୂଚି ବୁଢ଼ିଆଣି ଉପରେ ଥିବା ଏବଂ ବୁର୍ଲାର ନିକଟରେ ଡେବ୍ରିଗଡ ଅଭୟାରଣ୍ୟ ରହିଥିବାରୁ ରାଜ୍ୟ ସରକାରଙ୍କ ବନ ବିଭାଗକୁ ବୁଢ଼ିଆଣି ଉପରେ ଗବେଷଣା ସହିତ ସଂରକ୍ଷଣ ଓ ପରିବେଶ ସଚେତନା ସୃଷ୍ଟି ନିମନ୍ତେ ମୁଁ ଏକ ପ୍ରସ୍ତାବ ଦେଇଥିଲି । ବନ ବିଭାଗ ପକ୍ଷରୁ ପ୍ରସ୍ତାବକୁ ଅନୁମତି ପ୍ରଦାନ ପରେ ହୀରାକୁଦ ବନ୍ୟ ପ୍ରାଣୀ ମଣ୍ଡଳର ସହଯୋଗରେ ଏବେ ପ୍ରତି ମାସରେ ଦୁଇ ଦିନ ଧରି ସ୍ପାଇଡର ଟକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିବସରେ ଛାତ୍ରଛାତ୍ରୀ ଏବଂ ଦ୍ୱିତୀୟ ଦିନରେ ପ୍ରକୃତିପ୍ରେମୀ, ଜଙ୍ଗଲରେ ରହୁଥିବା ନିବାସୀ ଓ ଅନ୍ୟ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବୁଢ଼ିଆଣି ର ସଂରକ୍ଷଣ ଓ ପରିବେଶ ସଚେତନତା ସୃଷ୍ଟି କରାଯିବ। ଏଭଳି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ବନ ବିଭାଗ ଗୁଡିକରେ ଆରମ୍ଭ ହେଲେ ବୁଢ଼ିଆଣି ର ସଂରକ୍ଷଣ ସହିତ ପରିବେଶ ସଂରକ୍ଷଣ ଓ ସଚେତନତା ସୃଷ୍ଟି କରାଯାଇ ପାରିବ।

ଏ ସର୍ମ୍ପକରେ ପ୍ରକୃତିପ୍ରେମୀ ଆଶିଷ ପ୍ରଧାନ କହିଛନ୍ତି ଯେ, ଡେବ୍ରିଗଡ ଅଭୟାରଣ୍ୟରେ ଏଭଳି କାର୍ଯ୍ୟକ୍ରମ ଗୁଡିକ ବହୁ ପୂର୍ବରୁ ଆରମ୍ଭ ହେବାର ଥିଲା। ତେବେ ଇତି ମଧ୍ୟରେ ସ୍ପାଇଡର ଟକ କାର୍ଯ୍ୟକ୍ରମ ଜରିଆରେ ପରିବେଶ ଓ ବନ୍ୟ ଜନ୍ତୁ ଉପରେ ଗବେଷଣା ମୂଳକ କାର୍ଯ୍ୟକ୍ରମ ସହିତ ସଂରକ୍ଷଣ ଓ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାକି ସ୍ୱାଗତଯୋଗ୍ୟ ଅଟେ।

ହୀରାକୁଦ ବନ୍ୟପ୍ରାଣୀ ମଣ୍ଡଳର ଡିଏଫଓ ଅଂଶୁ ପ୍ରଜ୍ଞା ଦାସ କହିଛନ୍ତି ଯେ, ବନ୍ୟ ପ୍ରାଣୀ ଓ ଜଙ୍ଗଲ ବିଷୟରେ ଯୁବ ପିଢ଼ି ଙ୍କ ସମେତ ଜନତାଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଡେବ୍ରିଗଡ ଅଭୟାରଣ୍ୟରେ କରାଯାଉଛି। ଏଣୁ ବୁଢ଼ିଆଣି ଉପରେ ପ୍ରଥମ ଥର ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ସମାଜର ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ଓ ସାଧାରଣ ଜନତାଙ୍କୁ ସାମିଲ କରାଯାଇଛି। ଏହା ଦ୍ୱାରା ବୁଢ଼ିଆଣି ର ବିଶେଷତ୍ୱ ଜାଣିବା ସହିତ ଜଙ୍ଗଲ ଓ ପରିବେଶ ବିଷୟରେ ଅବଗତ କରାଯାଉଛି। କୋଭିଡ ନିୟମାନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହେଉଛି ବୋଲି ଡିଏଫଓ ଦାସ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories