www.samajalive.in
Saturday, December 6, 2025
17.1 C
Bhubaneswar

ପୁଣି ୨୮ରେ ଲଘୁଚାପ

ଭୁବନେଶ୍ୱର : ଚଳିତବର୍ଷ ସେପ୍ଟେମ୍ବର ମାସଟି ଓଡ଼ିଶା ପାଇଁ ବିପଦ ଆଣିଛି । ପ୍ରଥମ ସପ୍ତାହରେ ୨୩ ଜିଲାରେ ମରୁଡ଼ି ଦେଖା ଦେଇଥିବାବେଳେ ଦ୍ବିତୀୟ ସପ୍ତାହରେ ଲଘୁଚାପ ବର୍ଷା ଉପକୂଳ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ସେପ୍ଟେମ୍ବର ଶେଷ ସପ୍ତାହରେ ଚିନ୍ତା ବଢ଼ାଇଥିଲା ବାତ୍ୟା ‘ଗୁଲାବ’। ଏବେ ‘ଗୁଲାବ’ ଏବେ ବିଶେଷ କ୍ଷୟକ୍ଷତି ନ କରି ଏକପ୍ରକାର ଟଳିଯାଇଥିବାବେଳେ ଆସନ୍ତା ୨୮ ତାରିଖରେ ପୁଣି ଏକ ଲଘୁଚାପର ଆଶଙ୍କା ରହିଛି। ଚଳିତ ମାସରେ ବିପର୍ଯ୍ୟୟକୁ ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି।
ବାତ୍ୟା ‘ଗୁଲାବ’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ମଙ୍ଗଳବାରରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡା ଜିଲାର ଖଡିଆଳରେ ୭୪.୮ ମିମି, ସିନାପାଲିରେ ୫୪ ମିମି, କୋରାପୁଟ ଜିଲାର ଲମତାପୁଟରେ ୫୮.୪ମିମି ଓ କଳାହାଣ୍ଡିର ଲାଞ୍ଜିଗଡରେ ୪୫.୬ ମିମି ବର୍ଷା ହୋଇଛି। ସୋମବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ସୁଦ୍ଧା ପାରଳାଖେମୁଣ୍ଡିରେ ୨୪ ମିମି, ରାୟଗଡାରେ ୫.୮ ମିମି, ମାଲକାନଗିରିରେ ୪.୨ ମିମି, କୋରାପୁଟରେ ୧୫ ମିମି, ଗୋପାଳପୁରରେ ୧୨ ମିମି, ଭୁବନେଶ୍ବରରେ ୧୪.୫ ମିମି, କଟକରେ ୧୬ ମିମି ଓ ବାଲେଶ୍ବରରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories