ସ୍ପାଇସ୍ ଜେଟ୍ ବିମାନ ରକ୍ଷଣା ବେକ୍ଷଣ କରୁଥିବା ବେଳେ ଯନ୍ତ୍ରୀ ମୃତ, ତାଲିମ ନେଇ ନଥିଲେ ଏହି ଯନ୍ତ୍ରୀ
କୋଲକତା .- କୋଲକାତା ବିମାନ ବନ୍ଦରରେ ଏକ ସ୍ପାଇସ୍ ଜେଟ୍ର ରକ୍ଷଣା ବେକ୍ଷଣ (ମେଣ୍ଟେନାନସ୍ ) କରୁଥିବା ବେଳେ ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ରୋହିତ ପାଣ୍ଡେ ନାମକ ଏହି ଯନ୍ତ୍ରୀ ଜଣଙ୍କ ବିମାନର ପଛ ଲ୍ୟାଣ୍ଡିଂ ଦ୍ୱାର ନିକଟରେ କଛି ରକ୍ଷେଣା ବେକ୍ଷଣ କାର୍ଯ୍ୟ କରୁଥିଲେ ।
ଡିଜିସିଏର ଏହାର ତଦନ୍ତ କରିଛି । ଯନ୍ତ୍ରୀ ଜଣଙ୍କ ବିମାନ ରକ୍ଷଣା ବେକ୍ଷଣ ବିଷୟରେ ସଠିକ୍ ଭାବେ ତାଲିମ୍ ନେଇ ନଥିଲେ ବୋଲି ଏହି ତଦନ୍ତକାରୀ ଦଳ କହିଛନ୍ତି । ପଛ ଦ୍ୱାର ନିକଟରେ ଥିବା ଚିପି ହୋଇ ଏହି ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏ ବିଷୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ସୂଚନା ଦେଇଛନ୍ତି ।
Comments are closed.