www.samajalive.in
Saturday, December 6, 2025
14.1 C
Bhubaneswar

ବଳଦ ବିକ୍ରିକୁ ନେଇ ହିଂସା: ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ତଥା ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ଅନ୍ତର୍ଗତ ଭାଲୁଘରା ଗ୍ରାମରେ ବଳଦ ବିକ୍ରି ଟଙ୍କାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ସଂଘ ବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ ପାଟଣା ଥାନା ଅଧୀନସ୍ଥ ଫୁଲପାହାଡି ଗ୍ରାମର ଭାଲୁଘରା ସାହିର କାଦେ ମାଝୀ (୫୫) ବାହାରୁ ଚାଲିଆସିଥିବା ଏକ ବଳଦକୁ ବିକ୍ରି କରି ଦେଇଥିଲେ। ଏହାକୁ ନେଇ ଗତ ବୁଧବାର ଦିନ ମଧ୍ୟାହ୍ନ ଠାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଗ୍ରାମରେ ଏକ ସଭା ବସିଥିଲା। ସେଥିରେ କାଦେ ମାଝୀ ୮ ହଜାର ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଆହୁରି ଅଧିକ ୮ ହଜାର ଟଙ୍କା ଦାବି କରାଯାଇଥିଲା। ପରଦିନ ସକାଳୁ ତାଙ୍କ ମୃତଦେହ ଘର ସାମ୍ନାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କାଦେ ମାଝୀଙ୍କୁ ହତ୍ୟା କରି ଘର ନିକଟରେ ପକେଇ ଦେଇଥିବା ହତ୍ୟାକାରୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ତାଙ୍କ ପୁଅ ଫାଗୁ ମାଝୀ ଦାବି କରିଛନ୍ତି । ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories