www.samajalive.in
Saturday, December 6, 2025
14.1 C
Bhubaneswar

ଆତଙ୍କବାଦୀ ନେଟୱାର୍କ ପାଇଁ ଆର୍ଥିକ ସହାୟତାକୁ ବନ୍ଦ କରିବାକୁ ବ୍ରିକ୍ସ ରାଷ୍ଟ୍ରସମୂହର ଆହ୍ୱାନ

ରିଓ ଡି ଜେନେରିଓ(ବ୍ରାଜିଲ) : ବିଶ୍ବର ସମସ୍ତ ରାଷ୍ଟ୍ର  ନିଜ ନିଜ ଦେଶରୁ ଆତଙ୍କବାଦୀ ନେଟୱାର୍କ ପାଇଁ ଆର୍ଥିକ ସହାୟତାକୁ ବନ୍ଦ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରସମୂହ ଆହ୍ୱାନ ଜଣାଇଛି। ବ୍ରିକ୍ସର ୫ଟି ରାଷ୍ଟ୍ର ବ୍ରାଜିଲ, ରୁଷ, ଭାରତ, ଚୀନ୍‍ ଓ ଦକ୍ଷିଣ ଆଫ୍ରିକାରର ବୈଦେଶିକମନ୍ତ୍ରୀମାନେ ବ୍ରାଜିଲର ରିଓ ଡି ଜେନେରିଓଠାରେ ବ୍ରିକ୍ସ ବୈଠକରେ    ଆତଙ୍କବାଦକୁ ନିନ୍ଦା କରିଛନ୍ତି।

ଆନ୍ତର୍ଜାତିକ ସ୍ତରରେ ଦୃଢ଼ ଆଇନ ସହ ଜାତିସଂଘ ରାଜିନାମା ଅଧୀନରେ ଆତଙ୍କବାଦର ଦମନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ବ୍ରିକ୍ସ ରାଷ୍ଟ୍ରସମୂହ ଆହ୍ୱାନ ଜଣାଇଛି। ଭାରତ ପକ୍ଷରୁ ଏହି ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂହ ଯୋଗ ଦେଇଥିଲେ। ବୈଠକରେ ସନ୍ତ୍ରାସବାଦକୁ ଦମନ କରିବା ପାଇଁ ସବୁ ରାଷ୍ଟ୍ରମାନେ ସେମାନଙ୍କର ସହମତି ପ୍ରକାଶ କରିବା ସହିତ ଏ ଦିଗରେ ବଳିଷ୍ଠ ପଦକ୍ଷେପ ନେବାକୁ ରାଜି ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories