www.samajalive.in
Friday, December 5, 2025
17.1 C
Bhubaneswar

ମାତ୍ର ୧୬୨୨ ଟଙ୍କାରେ ବିମାନରେ ଯାଆନ୍ତୁ ଅଯୋଧ୍ୟା, ଏମିତି ରହିଛି ସୁଯୋଗ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୁରା ହୋଇସାରିଛି । ଏହି ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ଭିନ୍ନ ଢଙ୍ଗରେ ଏହି ଉତ୍ସବକୁ ପାଳନ କରୁଛନ୍ତି । ତେବେ ଏହି ଅବସରରେ ଏୟାରଲାଇନ୍ କମ୍ପାନୀ ସ୍ପାଇସଜେଟ୍ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଶସ୍ତାରେ ବିମାନଯାତ୍ରାର ଘୋଷଣା କରିଛି । ଏହି ବିମାନ ସେବା ଦେଶର ଅଲଗା ଅଲଗା ସହରରୁ ଆରମ୍ଭ କରାଯିବ ।

ଏୟାରଲାଇନ୍ କମ୍ପାନୀ ଦେଶର ପ୍ରମୁଖ ସହରରୁ ୧୬୨୨ ଟଙ୍କାରେ ବିମାନ ଟିକେଟ୍ ନେଇଆସିଛି । କମ୍ପାନୀ ଅନୁସାରେ ୧୬୨୨ ଟଙ୍କା ଭଡା ମୁମ୍ବାଇ-ଗୋଆ, ଦିଲ୍ଲୀ-ଜୟପୁର ଏବଂ ଗୌହାଟୀ-ବାଗଡୋଗରା ଭଳି ଘରୋଇ ଯାତ୍ରା ପାଇଁ ଲାଗୁ ହେବ । ଏହା ବ୍ୟତୀତ ଅନ୍ୟ କିଛି ସହରରେ ମଧ୍ୟ ପ୍ରାୟ ଏତିକି ଟଙ୍କାରେ ଯାତ୍ରାର ସୁଯୋଗ ଦେଇଛି କମ୍ପାନୀ ।

- Advertisement -

୧ ଫେବୃୟାରୀରୁ ସ୍ପାଇସଜେଟ୍ ଅଯୋଧ୍ୟା ପାଇଁ ସିଧା ଗମନାଗମନ ଆରମ୍ଭ କରୁଛି । ଏହି ବିମାନ ଚେନ୍ନାଇ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଜୟପୁର, ପାଟଣା ଏବଂ ଦରଭଙ୍ଗା ଭଳି ପ୍ରମୁଖ ଭାରତୀୟ ସହରକୁ ଯୋଡିବ । ୨୨ ଜାନୁୟାରୀରୁ ଏହି ଅଫରକୁ ଆରମ୍ଭ କରିଛି ସ୍ପାଇସଜେଟ୍ । ୨୮ ଜାନୁୟାରୀ ପର୍ଯନ୍ତ ଯାତ୍ରୀ ଏହାକୁ ବୁକିଂ କରିପାରିବେ । ତେବେ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଯାତ୍ରା କରିହେବ । ଏହି ଅଫର କେବଳ କିଛି ବଛା ବଛା ସହରରୁ ଆରମ୍ଭ କରାଯାଇଛି । ଏହି ଅଫର ଅନୁସାରେ ପ୍ରଥମେ ଆସ ଏବଂ ପ୍ରଥମେ ସିଟ୍ ପାଅ ଆଧାରରେ ସିଟ୍ ବଣ୍ଟାଯିବ । ଗ୍ରୁପ୍ ବୁକିଂରେ ଏହି ଅଫରର ଲାଭ ମିଳିବନି । ଏହି ଅଫରକୁ ଅନ୍ୟ କୌଣସି ଅଫର ସହିତ ମର୍ଜ କରିହେବନି । ଏହା ବ୍ୟତୀତ ଯଦି ଆଫଣ ଟିକେଟ୍ ରଦ୍ଦ କରୁଛନ୍ତି ତେବେ ପଇସା ଫେରସ୍ତ କରାଯିବ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories