www.samajalive.in
Saturday, December 6, 2025
17.1 C
Bhubaneswar

ପିପିଲିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ପିପିଲି :ପିପିଲିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାରତ ରତ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତ୍ରୀ ପାଳିତ ହୋଇଯାଇଛି। ଏହି ଅବସରରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମ ସ୍ଥିତ ଆଦର୍ଶ ଉଦ୍ୟାନ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ସେଠାରେ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା।

ଏହି ଅବସରରେ ପିପିଲି ମହୋତ୍ସବ କମିଟିର ସଂପାଦକ ଶଙ୍କର୍ଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁ, କାଉନ୍‍ସିଲର ରଞ୍ଜୁକ୍ତା ବରାଳ, ଯୁବସମାଜସେବୀ ସୁନିଲ କୁମାର ବରାଳ, ବ୍ରଜକିଶୋର ପ୍ରଧାନ, ଶ୍ରୀଧର ନାୟକ, ମନୋଜ କୁମାର ସ୍ୱାଇଁଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ନେତାଜୀଙ୍କ ଦେଶପ୍ରୀତି, ବୀରତ୍ୱ ଓ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ମନମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ସେହିପରି ପିପିଲିର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ସହ ସାମୁହିକ ସଫେଇ କାର୍ଯ୍ୟ କରାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories