www.samajalive.in
Saturday, December 6, 2025
14.1 C
Bhubaneswar

ନିଜ ନାକର ଅନ୍ତିମ ସଂସ୍କାର କଲେ ମହିଳା; କଳା ପୋଷାକରେ ପହଞ୍ଚିଲେ ସମ୍ପର୍କୀୟ

ଡେସ୍କ: ଆମେ ଜାଣନ୍ତି ଯେ, ପ୍ରତ୍ୟେକ ଧର୍ମରେ ମୃତ୍ୟୁ ପରେ ଭିନ୍ନ ଭିନ୍ନ ଉପାୟରେ ଅନ୍ତିମ ସଂସ୍କାରର ବ୍ୟବସ୍ଥା ରହିଛି, କିନ୍ତୁ ଆପଣ କେବେ ଜୀବିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଷୟରେ ଶୁଣିଛନ୍ତି କି? ପ୍ରାୟତଃ ଏହା କେବଳ ଚଳଚ୍ଚିତ୍ର ଏବଂ ଧାରାବାହିକରେ ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ। କିନ୍ତୁ ବାସ୍ତବ ଜୀବନରେ ଜଣେ ମହିଳା କୌଣସି ମଣିଷର ନୁହେଁ ବରଂ ନିଜ ନାକର ଅନ୍ତିମ ସଂସ୍କାର କରିଛନ୍ତି। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ।

- Advertisement -

ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଅଦ୍ଭୁତ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଗୋଟିଏ ମିନିଟ୍ ପାଇଁ ଦ୍ୱନ୍ଦ୍ୱରେ ପଡ଼ିଯିବେ। ବ୍ରିଟେନର ସୋଫୀ ନାମ୍ନୀ ଜଣେ ମହିଳା ନିଜ ନାକର ଅନ୍ତିମ ସଂସ୍କାର କରିଛନ୍ତି। ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଅଜବ ଅନ୍ତିମ ସଂସ୍କାରରେ ମହିଳାଙ୍କ ବନ୍ଧୁମାନେ ମଧ୍ୟ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏହି ଅବସରରେ ସମସ୍ତେ କଳା ରଙ୍ଗର ପୋଷାକ ପିନ୍ଧି ମହିଳାଙ୍କ ନାକର ଅନ୍ତିମ ସଂସ୍କାର ସଭାରେ ପହଞ୍ଚିଥିଲେ। ତେବେ ସୋଫୀ ଏପରି କରିବାର କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ।

ସୂଚନା ମୁତାବକ, ମହିଳା ଜଣକ ତାଙ୍କ ନାକକୁ ନେଇ ଖୁସି ନଥିଲେ। ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ସେ ଏହାକୁ ଠିକ୍‌ କରିବାକୁ ଚାହୁଁଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ନାକର ପ୍ଲାଷ୍ଟିକ୍ ସର୍ଜରୀକୁ ରିନୋପ୍ଲାଷ୍ଟି କୁହାଯାଏ। ଏହି ସର୍ଜରୀ ସାହାଯ୍ୟରେ ନାକର ଆକୃତି ଉନ୍ନତ ହୋଇଥାଏ। କୁହାଯାଉଛି ଯେ, ସୋଫୀ ତାଙ୍କ ନାକ ସର୍ଜରୀ ପାଇଁ ତୁର୍କୀ ଯାଉଛନ୍ତି, ଯେଉଁଠାରେ ବହୁତ କମ୍ ମୂଲ୍ୟରେ ସର୍ଜରୀ କରାଯାଇଥାଏ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ସୋଫୀଙ୍କର ଅନେକ ବନ୍ଧୁ ତାଙ୍କର ଏହି ଅଜବ ନାକର ଅନ୍ତିମ ସଂସ୍କାର ପାଇଁ କଳା ପୋଷାକରେ ପହଞ୍ଚିଛନ୍ତି। ତେବେ ସମସ୍ତେ ଜାଣନ୍ତି ଯେ, ବିଦେଶର ଲୋକମାନେ ଅନ୍ତିମ ସଂସ୍କାର ଅବସରରେ କଳା ପୋଷାକ ପିନ୍ଧନ୍ତି। ଏହି ଆୟୋଜନରେ ଖାଦ୍ୟଠୁ ଆରମ୍ଭ କରି ମଦ ପର୍ଯ୍ୟନ୍ତର ବ୍ୟବସ୍ଥା କରାଯାଇଥିଲା। କେବଳ ଏତିକି ନୁହେଁ, ଏକ କେକ୍‌ ମଧ୍ୟ କଟା ଯାଇଥିଲା, ଯେଉଁଥିରେ ସୋଫୀଙ୍କ ନାକର ଜନ୍ମ ଏବଂ ମୃତ୍ୟୁ ତାରିଖ ଲେଖାଯାଇଥିଲା। ଏହି ଅବସରରେ କିଛି ଲୋକ ବଡ଼ ଆକାର ନାକର ମାସ୍କ ପିନ୍ଧିଥିବାର ମଧ୍ୟ ଦେଖାଯାଇଥିଲା। ଶେଷରେ ନାକର ଅନ୍ତିମ ସଂସ୍କାର ପରେ ସମସ୍ତେ ସୋଫୀଙ୍କୁ ତାଙ୍କ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଶୁଭକାମନା ଜଣାଇଲେ। ଏଥି ସହ ତାଙ୍କୁ ତୁର୍କୀ ଯିବାକୁ ବିଦାୟ ମଧ୍ୟ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories