୨୦୨୭ ଶେଷ ସୁଦ୍ଧା ମେଟ୍ରୋ ରେଳ: ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟପାଳଙ୍କ ଭାଷଣରେ ଭୁବନେଶ୍ବର-କଟକ ମେଟ୍ରୋ ରେଳ ପ୍ରକଳ୍ପ। ୨୦୨୭ ଶେଷ ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ ହେବ। ୬୨୫୬ କୋଟି ଟଙ୍କା ବ୍ୟୟରେ ମେଟ୍ରୋ ରେଳ ପ୍ରକଳ୍ପ ହେବ । ୩୦ ଜିଲ୍ଲାର ୬୭୯୮ ପଞ୍ଚାୟତରେ ଲକ୍ଷ୍ମୀ ବସ୍ ଗଡିବ । ସେପଟେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି। ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ କମିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ୪୨ ନିହତ ହୋଇଥିବାବେଳେ ୧୪୫ ଜଣ ଗିରଫ ହୋଇଛନ୍ତି। ମାସ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି। ମାଲକାନଗିରିି ୩୨ ଶହ ମାଓବାଦୀ ଓ ସମର୍ଥକ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଅନ୍ୟପଟେ ରାଜ୍ୟରେ ମୁଣ୍ଡପିଛା ଆୟ ବଢିଥିବା କହିଛନ୍ତି ରାଜ୍ୟପାଳ। ଆକଳନ ଅନୁଯାୟୀ ୨୦୨୨-୨୩ ରେ ମୁଣ୍ଡପିଛା ଆୟ ୧.୫୧ ଲକ୍ଷ ରହିଛି। ୨୦୨୧-୨୨ରେ ମୁଣ୍ଡପିଛା ଆୟ ୧.୨୯ ରହିଥିଲା। ବେକାରୀ ଅଭିବୃଦ୍ଧି ହାର କମିଥିବା କହିଛନ୍ତି ରାଜ୍ୟପାଳ। ୨୦୧୭-୧୮ରେ ବେକାରୀ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିଲା। ୨୦୧୯-୨୦ରେ ବେକାରୀ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ରହିଛି।

Comments are closed.