ମୁମ୍ବଇ: ଭାରତର ଅଗ୍ରଣୀ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ପବିତ୍ର ରକ୍ଷାବନ୍ଧନ ଉତ୍ସବ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ହାତକୁ ନେଇଛି। ଏହା ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନକୁ ସ୍ନେହ ପ୍ରେମର ପ୍ରତୀକ ରାକ୍ଷୀ ପହଞ୍ଚାଇବାକୁ ବ୍ଲୁ ଡାର୍ଟ ରାକ୍ଷୀ ଏକ୍ସପ୍ରେସ ଅଫର ପ୍ରଚଳନ କରିଛି। ଏହା ବ୍ୟକ୍ତିବିଶେଷଙ୍କୁ ସାରାବିଶ୍ୱରେ ସେମାନଙ୍କର ପ୍ରିୟ ବ୍ୟକ୍ତିଙ୍କ ସହିତ ସଂଯୁକ୍ତ ହେବାର ସୁଯୋଗ ଦେଉଥିବାବେଳେ ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷିତ ରଖିବାକୁ ନିରନ୍ତର କାର୍ଯ୍ୟ କରୁଥିବା ରାଷ୍ଟ୍ରର କୋଭିଡ-୧୯ ଯୋଦ୍ଧାଙ୍କୁ ପ୍ରଶଂସା କରିବା ଏବଂ ଧନ୍ୟବାଦ ଜଣାଇବାକୁ ଲକ୍ଷ୍ୟ ରଖିଛି। ଏହି ଅଫର ସମସ୍ତ କୋଭିଡ-୧୯ ଯୋଦ୍ଧାଙ୍କୁ ରାକ୍ଷୀ ସାମଗ୍ରୀ ପଠାଇବା ଅଥବା ଗ୍ରହଣ କରିବା ନିମନ୍ତେ ସ୍ୱତନ୍ତ୍ର ରିଆତି ମୂଲ୍ୟ ଧାର୍ଯ୍ୟ କରିଛି। ଅଫର ୨୦୨୧ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏ ସମ୍ପର୍କରେ ପ୍ରକାଶ କରି ବ୍ଲୁ ଡାର୍ଟ ସିଏମ୍ଓ ଏବଂ ବିଜନେଓ ଡେଭଲପମେଣ୍ଟ ମୁଖ୍ୟ କେତନ କୁଲକର୍ଣ୍ଣି କହିଛନ୍ତି, ସମୁଦାୟ ବିଶ୍ୱ କୋଭିଡ-୧୯ ଏବଂ ଏହାର ନୂଆ ନୂଆ ପ୍ରକରଣ ବିରୁଦ୍ଧରେ ଲଢେଇ ଜାରି ରଖିଛି। ଚଳିତ ବର୍ଷ ମଧ୍ୟ ରାଷ୍ଟ୍ର ‘ରକ୍ଷାବନ୍ଧନ’ ପାର୍ବଣ ଅବସରକୁ କଡା ସାମାଜିକ ଦୂରତା ସର୍ତ୍ତାବଳୀ ମଧ୍ୟରେ ପାଳନ କରିବ। ଏହି ଆହ୍ୱାନମୂଳକ ସମୟରେ ବ୍ଲୁ ଡାର୍ଟ ଏହାର ଗ୍ରାହକକେନ୍ଦ୍ରିକ ମୂଳାଧାରକୁ ବଜାୟ ରଖିଛି ଏବଂ ଏହାର ଗ୍ରାହକ ଏବଂ ସେମାନଙ୍କ ପ୍ର୍ରିୟ ପରିଜନ ମାଇଲ ମାଇଲ ଦୂରରେ ଥିଲେ ମଧ୍ୟ ସେମାନଙ୍କୁ ପରସ୍ପରର ନିକଟତର କରିବା ଦିଗରେ ଅନନ୍ୟ ପ୍ରୟାସ ଜାରିରଖିଛି।
କୋଭିଡ-୧୯ ଯୋଦ୍ଧା ରାକ୍ଷୀ ପଠାଇବାକୁ ସ୍ୱତନ୍ତ୍ର ଅଫର
Popular Categories



