ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣତୀର ଗ୍ରାମର ମା ରାମଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ପାର୍ଶ୍ୱରୁ ଏକ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି। ସମ୍ପୃକ୍ତ ଗ୍ରାମର ଅକ୍ଷୟ ସୁବୁଦ୍ଧି ଆଜି ନିଜ ଚାଷ ଜମିକୁ ଯାଉଥିବା ବେଳେ ଏକ ଅଜଗର ସାପକୁ ଦେଖି ଗ୍ରାମରେ ଥିବା ସାପ ଧରାଳି ଦୀନବନ୍ଧୁ ବିଶ୍ୱାଳଙ୍କୁ ଖବର ଦେଇଥିଲେ। ଦୀନବନ୍ଧୁ ସଙ୍ଗେ ସଙ୍ଗେ ଆସି ଅଜଗରଟିକୁ ଉଦ୍ଧାର କରି ବନପାଳଙ୍କୁ ଖବର ଦେଇଥିଲେ। ଖବର ପାଇ ବନପାଳ ଓ ଟିମ ଘଟଣାସ୍ଥଳରେ ପଂହଁଚି ଅଜଗର ସାପଟିକୁ ଉଦ୍ଧାର କରି ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ତାକୁ ଗୋଟିଏ ଦିନ ପରେ ଖୋର୍ଧାସ୍ଥିତ ବରୁଣେଇ ଜଙ୍ଗଲରେ ଛଡ଼ାଯିବ ବୋଲି ବନପାଳ ପ୍ରିୟଦର୍ଶିନୀ ସେଠୀ ସୂଚନା ଦେଇଛନ୍ତି।
Popular Categories



