www.samajalive.in
Sunday, December 7, 2025
14.1 C
Bhubaneswar

ମଦ ଉପରେ ୭୦% ‘କରୋନା ଟିକସ’

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ଉପରେ ସ୍ବତନ୍ତ୍ର ‘କରୋନା ଟିକସ’ ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ମଦ ମୂଲ୍ୟ ଉପରେ ସରକାର ୭୦% ଟିକସ ବସାଇଛନ୍ତି। ଫଳରେ ଏହାର ମୂଲ୍ୟ ବି ୭୦% ବଢ଼ିଯାଇଛି। ମଙ୍ଗଳବାର ସକାଳୁ ଏହି ବର୍ଦ୍ଧିତ ଟିକସ ଲାଗୁ ହୋଇଛି। କିନ୍ତୁ ଦିଲ୍ଲୀବାସୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ମଦ ଦୋକାନ ଖୋଲିବା ପୂର୍ବରୁ କାଉଣ୍ଟର ସାମ୍ନାରେ ଗ୍ରାହକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଭୋର ସାଢ଼େ ୫ଟାରୁ ଲୋକେ ମଦ ପାଇଁ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି।

ଲକଡାଉନ ୩.୦ର ପ୍ରଥମ ଦିନ ମଦ ଦୋକାନ ସାମ୍ନାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିବା ପରେ ଏହାକୁ ନିୟନ୍ତ୍ରଣ କରିବା ଲାଗି ସରକାର ରାଜସ୍ବ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ‘କରୋନା ଟିକସ’ ଲଗାଇଛନ୍ତି। ମଦର ଏମଆରପି ଉପରେ ୭୦ ପ୍ରତିଶତ ଟିକସ ଲାଗୁ ହୋଇଛି। ଏହା ସତ୍ବେ ଭିଡ଼ ହ୍ରାସ ପାଇନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୋମବାର ପ୍ରବଳ ଭିଡ଼ ହେବା ଯୋଗୁ ସାମାଜିକ ଦୂରତା ରକ୍ଷା କରିବା ଲାଗି ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories