ବାହାଘର ପାଇଁ ସମ୍ମତି ଦେବା ହେଉ କି ପ୍ରେମ ଅବା ବନ୍ଧୁତା- କେତେକ କ୍ଷେତ୍ରରେ ଦୁହେଁ ପରସ୍ପର ପ୍ରତି ଅନ୍ଧ ଭାବରେ ସମର୍ଥନ ଦେଇଥିବା ଦେଖାଯାଏ। ତେବେ ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ବିଭିନ୍ନ ଜଟିଳତା ପ୍ରବେଶ କରେ ଏବଂ ଫାଟ ସୃଷ୍ଟି ହୁଏ, ଯାହାକୁ ତୁଲାଇବା କଷ୍ଟକର ହୋଇପଡେ। ତେଣୁ କୌଣସି ସମ୍ପର୍କରେ ନିଜକୁ ବାନ୍ଧିବା ପୂର୍ବରୁ ଏହି କେତୋଟି ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ ଏବଂ କିଛି ଗୁରୁତ୍ବପୂର୍ଣ୍ଣ କଥା ବୁଝିନିଅନ୍ତୁ-
- ଯାହାକୁ ନେଇ ନିଜ ଜୀବନ ବିତାଇବାର ନିଷ୍ପତ୍ତି ନେଉଛନ୍ତି, ସେ ସମ୍ପର୍କକୁ ନେଇ କେତେ ଗମ୍ଭୀର ଅଛନ୍ତି?
- ଜୀବନସାଥୀ ଭାବେ ଯାହାଙ୍କର ହାତ ଧରିବେ, ତାଙ୍କ ମନରେ ଜୀବନ ପ୍ରତି କିପରି ଭାବନା ରହିଛି? ସେ ଆଶାବାଦୀ ନା ନିରାଶାବାଦୀ?
- ଅନେକ ମଣିଷ ଅଛନ୍ତି, ଯାହାଙ୍କୁ ନା ଶୁଣିବା ପସନ୍ଦ ନୁହେଁ। ସେମାନେ କେବଳ ନିଜ ମନ ଅନୁସାେର କାମ କରିବାକୁ ଇଚ୍ଛା କରନ୍ତି। ଏପରି ମଣିଷଙ୍କଠାରୁ ଦୂରେଇ ରହିବା ସବୁଠାରୁ ଭଲ। ତେବେ ଆପଣଙ୍କ ସାଥୀ ସେପରି କି?
- ଖାଲି ସମୟରେ ସେ କ’ଣ କରନ୍ତି- ଏହି ପ୍ରଶ୍ନ ହୁଏତ ସାଧାରଣ ଲାଗୁଥାଇପାରେ, କିନ୍ତୁ ଏହାର ଉତ୍ତର ସାଥୀଙ୍କ ବ୍ୟକ୍ତିତ୍ବ ଦର୍ଶାଇଥାଏ।
- ସମାଜରେ ପରିବାରର ସ୍ଥିତି ମଧ୍ୟ ମଣିଷର ବ୍ୟକ୍ତିତ୍ବ ଚିହ୍ନାଇପାରେ। ତେଣୁ ବିବାହ ପରି ସମ୍ପର୍କ ଯୋଡିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପାରିବାରିକ ସ୍ଥିତି ପରଖି ନିଅନ୍ତୁ।



