BJD Bijuli 480×75 Mob

ଅତିଥି ଦେବୋ ଭବ

ଜୟନ୍ତ ପଟ୍ଟନାୟକ

BJD Bijuli 480×75 Mob

ଓଡ଼ିଆମାନେ ଅତିଥି ସତ୍କାର ନିମନ୍ତେ ବିଖ୍ୟାତ। ଅବଶ୍ୟ ଦିନଥିଲା ଏ କଥା ସତ ଲାଗୁଥିଲା; ମାତ୍ର ଆଜିକାଲି ଏସବୁ ଖାଲି ଘୋଷରା ପାଠଭଳି ଲାଗୁଛି। କାରଣ ଆଜିର ଓଡ଼ିଆ, ‘ଅତିଥି ଦେବୋ ଭବ’, ଯେମିତି ଜାଣିଛି ବୋଧେ କେହି ଜାଣି ନଥିବେ, ଆଚରଣ, ଉଚ୍ଚାରଣରୁ ସବୁ ଜଣାପଡିଯାଉଛି। ଏମିତି ଅତିଥି ସତ୍କାର ବା କୁଣିଆ ଚର୍ଚ୍ଚା କରିବେ ଯେ ‘ଥରେ ଯାଇଥିଲେ ଚନ୍ଦ୍ରଭାଗା, ମୁହଁ ପଡ଼ିଯିବ ରଙ୍ଗା’ ଅବସ୍ଥା ହୋଇଯିବ। ଏଇ ହେତୁରୁ କିଛି ବର୍ଷ ପୂର୍ବେ ଆମ ଶ୍ରୀମନ୍ଦିରର କେତେକ ପୂଜାରୀ(ପଣ୍ଡା),ଦକ୍ଷିଣ ଭାରତର କେତେକ ମନ୍ଦିର ବୁଲିବାକୁ ଯାଇଥିଲେ, ଉଦ୍ଦେଶ୍ୟ ସେଠାରୁ,ଭକ୍ତ/ଯାତ୍ରୀମାନଙ୍କୁ କିପରି ଭଲ/ଭଦ୍ର ବ୍ୟବହାର କରିବ, କେମିତି ସେମାନଙ୍କୁ ସବୁ ବୁଝାଇ ତୀର୍ଥ/ ପର୍ଯ୍ୟଟନସ୍ଥଳୀ ବୁଲାଇ ଦିଆଯାଇପାରିବ ସେ କଥା ଶିଖିକରି ଆସିବେ, ତାକୁ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ କରାଇବେ; କିନ୍ତୁ ହେଲା କ’ଣ, ଖର୍ଚ୍ଚ ହୋଇଥିବା ସେ ଅର୍ଥ ଯେମିତି ପାଣିରେ ପଡିଲା,କାରଣ ପୂର୍ବରୁ ଯେମିତି ଯାତ୍ରୀମାନଙ୍କୁ ଦୁର୍ବ୍ୟଵହାର କରାଯାଉଥିଲା, ଆବଶ୍ୟକ ପଡିଲେ(କ୍ଷେତ୍ର ବିଶେଷରେ)ହାତ ଗୋଡ କାର୍ଯ୍ୟ କରୁଥିଲା, ସବୁ ସେମିତି ଚାଲିଲା, ଯଥା ପୂର୍ବମ୍‌ । ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର ପ୍ରଭୃତି ଯେତେ,‘ଅତିଥି ଦେବୋ ଭବ’, ର ବିଜ୍ଞାପନ କଲେ ମଧ୍ୟ ଅବଶ୍ୟ ଆଜିକାର ପରିସ୍ଥିତି କିଛିଟା ଉନ୍ନତ ।

ମାତ୍ର ଏଇ ନିକଟରେ, ୨୩ ମେ ୨୦୨୨ରେ ଭାରତ କାହିଁକି ବିଶ୍ବବିଖ୍ୟାତ ନନ୍ଦନକାନନରେ ଯାହା ଘଟିଲା, ସେମିତି ହେଲେ ବାହାରର ପର୍ଯ୍ୟଟକ ଆଉ ଆସିବେଟି ! କୋୖଣସି ଜିନିଷର ନାଁ ଦେବାରେ ଭାରତୀୟଙ୍କୁ କେହି ପାରିବେନି, ଦେଖୁନାହାନ୍ତି, ଆକାଶବାଣୀ, ଦୂରଦର୍ଶନ, ନନ୍ଦନକାନନ, oil (Oil India Ltd).କଥାଟିଏ ମନେପଡୁଛି –
ଜାପାନୀ ଲୋକଟିଏ ଛୁଞ୍ଚିଟିଏ ଦେଖାଇଲା, ଆମେରିକାନ ଲୋକଟି ଛୁଞ୍ଚିରେ କଣା ନଥିବାରୁ କଣାଟିଏ କରିଦେଲା, ଭାରତୀୟ ଜଣକ ଛୁଞ୍ଚି ଉପରେ ଲେଖିଦେଲା, ‘ଭାରତରେ ନିର୍ମିତ’।

ମାତ୍ର ଦୁଃଖର ବିଷୟ ଆମେ ସେ ସବୁ ଏତେ ସୁନ୍ଦର ନାଁର ମର୍ଯ୍ୟାଦା ରଖିପାରୁନେ! କାରଣ ନନ୍ଦନକାନନ ହେଉଛି ସ୍ବର୍ଗ ଉପବନର ନାମ, ଏତେ ସୁନ୍ଦର ନାଁ ପାଇଥିଲେ ମଧ୍ୟ ଯଦି ତା’ର ଉପଯୁକ୍ତ ରକ୍ଷଣାବେକ୍ଷଣ, ସୁନାମ, ଉନ୍ନତି ନହୁଏ, ସେଇଟା ଆମର ଦୁର୍ଭାଗ୍ୟ ନୁହେଁ ! କଥା କ’ଣ କି, ଗଲା ୨୨ ମେ ୨୦୨୨ ରବିବାର ନନ୍ଦନକାନନକୁ ଅନେକ ପର୍ଯ୍ୟଟକ ଆସିଥିଲେ ବୁଲିବାକୁ, ସେ ମଧ୍ୟରେ ପଡୋଶୀ ଛତିଶଗଡ଼ର କିଛି ଆସିଥିଲେ, ଛତିଶଗଡ଼ର ଜନୈକ ସରକାରୀ କର୍ମଚାରୀ ଅନନ୍ତ ଗୁପ୍ତାଙ୍କ ପରିବାର ଏବଂ ବନ୍ଧୁବାନ୍ଧବ ମିଶି ମୋଟ ୨୬ଜଣ, ୨୦ ତାରିଖରେ ପୁରୀ ଜଗନ୍ନାଥଧାମ, ୨୧ ତାରିଖରେ ଭୁବନେଶ୍ୱର ରାମମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନ ବୁଲିବା ପରେ ୨୨ତାରିଖ ଅପରାହ୍ଣରେ ନନ୍ଦନକାନନ ଆସିଥିଲେ, ସେମାନେ ସବୁ ସଫାରୀ (ବାଘ, ହାତୀ, ସିଂହ, ଭାଲୁ, ହରିଣ) ବୁଲିବାକୁ ଟିକଟ କରି ବସିଥିଲେ, ସଫାରୀ ବସ୍ ଆସିଲେ ସେଥିରେ ଯିବେ। ମାତ୍ର ତିନିଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କ ପାଳି ଆସିନଥିଲା ସଫାରୀ ବସ୍ ସକାଶେ; କିନ୍ତୁ ସେ ଭିତରେ ଏମାନଙ୍କ ପରେ ସଫାରୀ ଟିକଟ କରିଥିବା ପର୍ଯ୍ୟଟକ ବସରେ ସଫାରୀ ଯାଇସାରିଥିଲେ, ଏଥିରେ ସେମାନେ ବିରକ୍ତ ହେବା ସ୍ବାଭାବିକ । ଏ ସମ୍ବନ୍ଧରେ ସେମାନଙ୍କର ଟିକଟ କରୁଥିବା ଏବଂ ବସ୍ କର୍ମଚାରୀଙ୍କ ସହିତ ବଚସା ମଧ୍ୟ ହୋଇଥିଲା, ଅବଶ୍ୟ ଏହାର ମଧ୍ୟ କାରଣ ଅଛି, ଛତିଶଗଡ଼ି ପର୍ଯ୍ୟଟକ ଟିକଟ କରି ସଫାରୀ ବସ୍‌କୁ ଅପେକ୍ଷା କରି ବସିଥିଲେ ମଧ୍ୟ ଜଣେ ସ୍ଥାନୀୟ ଗାଇଡ କିଛି ପର୍ଯ୍ୟଟକଙ୍କୁ ଧରି ଆସିଥିଲେ, ଯେହେତୁ ସ୍ଥାନୀୟ ସେମାନଙ୍କୁ ପ୍ରଥମେ ସଫାରୀ ବସ୍‌ରେ ବସାଇ ଦେଲେ, ଏମାନେ ତିନିଘଣ୍ଟା ପୂର୍ବେ ଟିକଟ କରିଥିଲେ ମଧ୍ୟ ଫଳ ନାହିଁ, ଏହା ହେଲା ଗଣ୍ଡଗୋଳର ମୂଳମଞ୍ଜି । ଛତିଶଗଡ଼ି ଯାତ୍ରୀମାନେ ଯାହା ସହିତ ବଚସା କରିଥିଲେ ସେମାନେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କୁ ଡାକିଆଣି ସମସ୍ତେ ସମ୍ମିଳିତ ଭାବେ ଛତିଶଗଡ଼ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କଲେ, ଠେଙ୍ଗା ବାଡି ଏମିତି କି ଟିକଟ କାଉଣ୍ଟର ନିକଟରେ ବାରିକେଡଭାବେ ବ୍ୟବହାର ହେଉଥିବା ଷ୍ଟିଲପାଇପଷ୍ଟାଣ୍ଡ ସାହାଯ୍ୟରେ ମଧ୍ୟ ବାଡେଇଲେ, ପ୍ରାୟ ୨୬ଜଣଙ୍କୁ ଆକ୍ରମଣ ହୋଇଥିଲା, ତନ୍ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମେଡିକାଲରେ ଚିକିତ୍ସିତ ହୋଇଥିଲେ।

ଏ ଘଟଣା ପରେ ଛତିଶଗଡ଼ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ସେ ସମ୍ପର୍କରେ ଏକ ଏତଲା ଦାଏର କରିଥିଲେ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିଥିଲେ ସେ ବିଷୟ । ନନ୍ଦନକାନନର ସହ ନି​‌େ​‌ର୍ଦଶକ ସଞ୍ଜିତ୍ କୁମାର ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହିତ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଏକ ତଦନ୍ତ ନି​‌େ​‌ର୍ଦଶ ଦେବା ସଙ୍ଗେ ସଙ୍ଗେ ରେଞ୍ଜ ଅଫିସର (ନିରାପତ୍ତା)ଙ୍କୁ ଏବଂ ପୁଲିସ କର୍ତ୍ତୃପକ୍ଷଙ୍କୁ ସବିଶେଷ ରିପୋର୍ଟ ତଲବ କରିଛନ୍ତି। ଉଭୟ ପକ୍ଷର ଅଭିଯୋଗ ଶୁଣିବାପରେ ଓ ଉପଯୁକ୍ତ ଅନୁସନ୍ଧାନ ପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପ୍ରାରମ୍ଭିକ ତଦନ୍ତ ପରେ ନନ୍ଦନକାନନ ପୁଲିସ ତିନିଜଣ ସ୍ଥାନୀୟ ସଫାରୀ କର୍ମଚାରୀଙ୍କୁ ଗିରଫ କରିଛି। ଅତିଶୟ ଦୁଃଖର ସହିତ ଅନନ୍ତ ଗୁପ୍ତା କହିଛନ୍ତି, ଆମ ପ୍ରତି ଯୋଉ ଭଳି ବ୍ୟବହାର ଦେଖାହେଲା ଅନ୍ୟ କୋୖଣସି ପର୍ଯ୍ୟଟକ ସେଭଳି ପରିସ୍ଥିତିର ସମ୍ମୁଖୀନ ନ ହୁଅନ୍ତୁ। ପୁଲିସ ନଆସିଥିଲେ ଆମେ ଆହୁରି ସାଂଘାତିକ ଆକ୍ରମଣର ସାମ୍ନା କରିଥାନ୍ତୁ । ଦୁର୍ଦ୍ଧର୍ଷ ସାଧବ ପୁଅଙ୍କ ଅମଳରୁ ଅଛି, କଳିଙ୍ଗା ସାହସିକଃ । ବର୍ତ୍ତମାନର ଯୁଵଵର୍ଗ (ସମସ୍ତେ ନୁହନ୍ତି)ଏଥିରେ ଯୋଡ଼ିବେ ଓଡ଼ିଆ ଲୋକ ସିଏ ସାଧାରଣ ଲୋକ ହୁଅନ୍ତୁ ବା ସରକାରୀ କର୍ମଚାରୀ, ତାଙ୍କ କଥା ଉପରେ ଅସନ୍ତୋଷ ବ୍ୟକ୍ତ କଲେ ବା ଅଭିଯୋଗ କଲେ ତା’ର ଜବାବ କେବଳ ‘ମାଡ଼’। ଏଇଟା ହେଉଛି, କେରଳର ପର୍ଯ୍ୟଟନୈ ଟ୍ୟାଗ୍- ‘Gods own country’ ଭଳି ଓଡ଼ିଶାର, “ଇଣ୍ଡିଆସ ବେଷ୍ଟ କେପ୍ଟ ସିକ୍ରେଟ” ।

୧୯୬୦ରେ ଆରମ୍ଭ ହୋଇଥିବା ଭାରତର ଏହି ୨ୟ ବୃହତ୍ତମ ଜାତୀୟ ପ୍ରାଣୀ ଉଦ୍ୟାନ, ନନ୍ଦନକାନନରେ ସମ୍ପ୍ରତି ଅନେକ ଅବ୍ୟବସ୍ଥା ଦେଖାଦେଉଛି । ଏ ମଧ୍ୟରେ ଅନେକ ପଶୁପକ୍ଷୀ ବିଭିନ୍ନ ରୋଗ, ଅବହେଳା, ଅନ୍ୟ ଜନ୍ତୁଙ୍କ ଆକ୍ରମଣରେ ପ୍ରାଣ ହରାଇଲେଣି । ଅଳ୍ପଦିନ ତଳେ ବିଷାକ୍ତ ସାପ କାମୁଡାରେ ଏକ ସିଂହୀର ମୃତ୍ୟୁ ହୋଇଛି (୨୭ ମେ ୨୦୨୨) ଇସ୍ରାଏଲରୁ ଅଣାଯାଇଥିବା ଏହି ଆଫ୍ରିକୀୟ ସିଂହୀଟିର ଉପଯୁକ୍ତ ପରିମାଣର ସାପଵିଷ ଇଞ୍ଜେକସନ (ASV)ଅଭାବରୁ ମୃତ୍ୟ ହେଲା ବୋଲି ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୦ତାରିଖରେ ଦୁଇଟି ଜଙ୍ଗଲୀ ହାତୀ ଦାରୁଠେଙ୍ଗଠାରେ ନନ୍ଦନକାନନକୁ ପଶିଆସିଥିବାରୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଥିଲା । ନନ୍ଦନକାନନରେ ଗତ କିଛି ବର୍ଷ ମଧ୍ୟରେ ଜଙ୍ଗଲୀ ମଇଁଷି (୨୦୧୧), ଆକର୍ଷଣର କେନ୍ଦ୍ର ସାଜିଥିବା, ଇସ୍ରାଏଲରୁ ଆସିଥିବା ଜେବ୍ରା (୨୦୧୭), ହାତୀ, ଭାଲୁ (୨୦୨୦), ବାଘ(୨୦୨୦)ସିଂହ, ଅନେକ ପକ୍ଷୀ ଏମିତି କେତେ ଜୀବଜନ୍ତୁଙ୍କର ଅକାଳ ମୃତ୍ୟୁ ହେଲାଣି । ଜଙ୍ଗଲ ମନ୍ତ୍ରୀଙ୍କ ବୟାନ (ଡିସେମ୍ବର ୨୦୨୧) ଅନୁଯାୟୀ ୨୦୧୭ରୁ ୨୦୨୧, ୫ଵର୍ଷ ମଧ୍ୟରେ ନନ୍ଦନକାନନରେ ୧୩୯୨ ପ୍ରାଣୀ ଜନ୍ମଗ୍ରହଣ କରିବା ସ୍ଥଳେ, ୧୭୩ ସ୍ତନ୍ୟପାୟୀ ପ୍ରାଣୀ, ୧୬୫ ପକ୍ଷୀ ଏବଂ ୧୭ ସରୀସୃପଙ୍କର ଏମିତି ମୋଟ ୩୫୫ ଜୀବଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନେକ ସମୟରେ ନନ୍ଦନକାନନରେ କେତେବେଳେ ସଫାରୀ ବସ୍ ଅଚଳ ହେଲାଣି ତ, କେତେବେଳେ ଟୟଟ୍ରେନ ବ୍ରେକଡାଉନ, କେବେ ରୋପୱେ କାମ କରୁନି ତ କେବେ କାଞ୍ଜିଆ ହ୍ରଦରେ ବୋଟିଂ ବନ୍ଦ ଏମିତି କେତେ କେତେ ଅଭିଯୋଗ। ନନ୍ଦନକାନନ ଭୁବନେଶ୍ବର ସହର ଉପକଣ୍ଠରେ ଅବସ୍ଥିତ, ବର୍ତ୍ତମାନ ନନ୍ଦନକାନନ ବାଟଦେଇ କଟକକୁ ତ୍ରିଶୁଳିଆବାଟେ ସଂକ୍ଷିପ୍ତରାସ୍ତା ଖୋଲିଯାଇଥିବାରୁ ସେପଟେ ଯାତାୟାତ ଅନେକ ପରିମାଣରେ ବଢ଼ିଯାଇଛି। ଯାହାହେଉ ଗତ ୨୭ ମେ ୨୦୨୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୩,୫୪୩/- କୋଟି ବ୍ୟୟରେ ନନ୍ଦନକାନନରେ ଏକ ବହୁତଳ କାରପାର୍କିଙ୍ଗ ବ୍ୟବସ୍ଥା ଉଦ୍‌ଘାଟନ କରିଛନ୍ତି। ଏଥିରେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହିତ ମୋଟ ୫୮୩ଟି ଚାରିଚକିଆ ଓ ୨,୦୦୦ ଦୁଇଚକିଆ ଯାନ ପାର୍କିଙ୍ଗ କରିପାରିବ ।

ଅଧୁନା ନନ୍ଦନକାନନରେ ଉପଲବ୍ଧ ଅନେକ ଆକର୍ଷଣ ଯଥା ଟୟଟ୍ରେନ୍, ସଫାରୀ ରୋପୱେ, କାଞ୍ଜିଆ ହ୍ରଦରେ ନୌଵିହାର, କାଫେଟେରିଆରେ ଜଳଯୋଗ ସହ କାର୍‌ପାର୍କିଙ୍ଗ ଆଉ ଏକ ଅତ୍ୟାଧୁନିକ ସୁବିଧା ଯୋଡ଼ି ହୋଇଗଲା, ଫଳରେ ରାସ୍ତାଜାମର ସମ୍ଭାବନା ରହିବ ନାହିଁ । ସବୁ ହେଲା ଯେ ଏସବୁର ସଠିକ ଉପଯୋଗ ଲୋଡା, ଯାହା ଆମ ପ୍ରକୃତିରେ ନାହିଁ । ନିଷେଧ ହୋଇଥିଲେ ମଧ୍ୟ ଜୀବଜନ୍ତୁଙ୍କୁ ଚିଡ଼େଇବା,ହଇରାଣ କରିବା, ଫୁଲ ଫଳ ଛିଣ୍ଡାଇବା, ପରିସ୍ରା ନକରିବା ସ୍ଥାନରେ କରିବା ଏସବୁରେ ଆମେ ଖୁବ୍ ଅଭ୍ୟସ୍ତ। ସେଥିପାଇଁ କହୁଛି, ଯେତିକି ପର୍ଯ୍ୟଟକ ଆସୁଛନ୍ତି (ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶାକୁ କମ୍ ପର୍ଯ୍ୟଟକ ଆସୁଛନ୍ତି) ଆମେ ଯଦି ତାଙ୍କୁ କୋଳେଇନେଵା ବଦଳରେ ମାରିଗୋଡେଇ (ତା ପୁଣି ସଂଘବଦ୍ଧଭାବେ) ତଡ଼ିଦେବାର ବନ୍ଦୋବସ୍ତ କରିବା ସେମାନେ ଆଉ ଆସି​‌େ​‌ଵଟି ?

ଜୀବଜନ୍ତୁଙ୍କ ଅକାଳ ମୃତ୍ୟୁ, ଶ୍ରୀହୀନ କାଞ୍ଜିଆ ହ୍ରଦ, ଉଜୁଡି ଯାଉଥିବା ସଵୁଜ ବୃକ୍ଷରାଜି ଏସବୁ ନନ୍ଦନକାନନକୁ ଯଥେଷ୍ଟ ବଦନାମ କରିସାରିଲାଣି,ଏ ଅବସ୍ଥାରେ ଏମିତି ଘଟଣା ନିଆଁରେ ଘିଅ ଢାଳିବା ଭଳି କାମ କରିବ, ଆଜିକାର ଇଣ୍ଟରନେଟ ଯୁଗରେ ଏ କଥା ସାରା ପୃଥିବୀଵାସୀ ଜାଣିସାରିବେଣି। ଫଳରେ ଓଡ଼ିଶାକୁ ପର୍ଯ୍ୟଟକ ଆହୁରି କମିଯିବେ। କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ ଭଳି କେମିତି ପ୍ରକୃତିଦତ୍ତ ସମ୍ପଦର ସଦ୍‌ଵିନିଯୋଗ କରି ସେଥିରୁ ବିପୁଳ ରୋଜଗାର କରାଯାଇପାରେ ସେ କଥା ତ ଆମେ ଏବେ ସୁଦ୍ଧା ଶିଖିଲୁନି।

Comments are closed.