www.samajalive.in
Saturday, December 6, 2025
14.1 C
Bhubaneswar

ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ସମର୍ଥନ ପାଇଁ ସବୁ କିଛି କରିବୁ: ଆମେରିକା

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣକୁ ନେଇ ଭାରତ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆତଙ୍କବାଦର ପାଳନକର୍ତ୍ତା ଭାବେ ପରିଚିତ ପାକିସ୍ତାନକୁ ଏକ ଘରିକିଆ କରିବା ଲାଗି ଭାରତ କୂଟନୈତିକ ଏବଂ ଅର୍ଥନୈତିକ ସ୍ତରରେ ଉଦ୍ୟମ ଚଳାଇଛି। ତା’ ସହିତ ଆତଙ୍କବାଦ ବିରୋଧରେ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି କରୁଛି, ଯାହା ପାକିସ୍ତାନକୁ ବିଚଳିତ କରିପକାଇଛି।

ଭାରତକୁ ଅଟକାଇବା ଲାଗି ପାକିସ୍ତାନ ବିଭିନ୍ନ ରାଷ୍ଟ୍ରର ସହାୟକା ଲୋଡ଼ିଥିଲେ ହେଁ ସେଥିରେ ବିଫଳ ହୋଇଛି। ଇତିମଧ୍ୟରେ ଆମେରିକା ବାରମ୍ବାର ଭାରତକୁ ଏହାର ସମର୍ଥନ ଜଣାଇଛି। ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏବଂ ଅନ୍ୟାନ୍ୟ ନେତାମାନେ ଭାରତକୁ ସମର୍ଥନ ଜଣାଇଛନ୍ତି। ବର୍ତ୍ତମାନ ଆମେରିକା ସଂସଦ(ହାଉସ ଅଫ ରିପ୍ରେଜେଣ୍ଟେଟିଭସ)ର ବାଚସ୍ପତି ମାଇକ୍‌ ଜନସନ ଅନୁରୂପ ଭାବେ ଭାରତକୁ ସମର୍ଥନ ଜଣାଇଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଲାଗି ଆମେରିକା ସବୁକିଛି କରିବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories