www.samajalive.in
Saturday, December 6, 2025
16.1 C
Bhubaneswar

ଇତିହାସରେ ପ୍ରଥମ, ସାବରୀମାଳା ମନ୍ଦିର ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ଏଥିସହ ଏହାକୁ ଦେଶର ଇତିହାସରେ ଏକ ଗର୍ବର ମୁହୂର୍ତ୍ତ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଏସପିଜି ଓ ମନ୍ଦିର ପରିଚାଳନା ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୮ ଓ ୧୯ରେ ଦୁଇ ଦିନିଆ କେରଳ ଗସ୍ତରେ ଯିବେ। ୧୮ରେ ସେ କେରଳର କୋଟ୍ଟାୟମ ଜିଲ୍ଲାରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ପରଦିନ ଅର୍ଥାତ୍ ୧୯ ତାରିଖ ସକାଳେ ସେ ସାବରୀମାଳା ମନ୍ଦିର ନିକଟସ୍ଥ ନୀଲକ୍କଲ ହେଲିପ୍ୟାଡକୁ ଯିବେ। ଏଠାରୁ ପମ୍ପା ବେସ୍ କ୍ୟାମ୍ପକୁ ଯିବେ। କୁହାଯାଉଛି ଯେ, ରାଷ୍ଟ୍ରପତି ସାଧାରଣ ଦର୍ଶନାର୍ଥୀଙ୍କ ପରି ପାହାଡ଼ ଚଢ଼ିପାରନ୍ତି। ତେବେ ଏହାକୁ ନେଇ ଏସପିଜି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛି।

- Advertisement -

ଟିଡିବି ଅଧ୍ୟକ୍ଷ ପିଏସ ପ୍ରଶାନ୍ତ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ସାବରୀମାଳା ମନ୍ଦିର ଆସୁଛନ୍ତି। ସେ ପାହାଡ଼ ଚଢ଼ିବେ କି ନାହିଁ ସେ ନିଷ୍ପତ୍ତି ଏସପିଜି ନେବ। ଆମେ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ପ୍ରସ୍ତୁତି ଚାଲିଛି। ଆମେ ରାସ୍ତାଗୁଡ଼ିକର ମରାମତି ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛୁ। ସରକାରୀ କାର୍ଯ୍ୟକ୍ରମ ଆସିବାପରେ ମୁଖ୍ୟମନ୍ତ୍ରୀ ବିଜୟନ ଏକ ବୈଠକ ଡାକିବେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories