ରଣପୁରଗଡ: ସାରା ଦେଶରେ ସ୍ୱାଧୀନତା ଆନ୍ଦୋଳନକୁ ମନେ ପକାଇବା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଅଗଷ୍ଟ ୨୦ ତାରିଖ ଅପରାହ୍ନରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେ।ଇଯାଇଛି। ଶୋଭାଯାତ୍ରାରେ ମୁଖ୍ୟ ଭାବରେ ବାଚସ୍ପତି ସୁରମା ପାଢୀ ଯେ।ଗ ଦେଇଥିଲେ। ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ରଙ୍ଗୀନ ମହାନ୍ତି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ବାଚସ୍ପତି ପାଢୀଙ୍କୁ ପାଛୋଟି ନେଇଥିଲେ। ରଣପୁର ପୁର୍ତ୍ତ ଡାକବଙ୍ଗଳା ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ରଣପୁର ବଡଦାଣ୍ଡ ଦେଇ ପଞ୍ଚୁଦେ।ଳ ପଡିଆ ସହିଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ସହିଦ ପ୍ରତିମୂର୍ତ୍ତିରେ ଧୁପଦୀପ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କୁନି କୁନି ଛାତ୍ରମାନେ ସହିଦ ରଘୁ, ଦିବାକର, ବେଜଲଗେଟ୍, ପ୍ରଜା ଆନ୍ଦୋଳନକାରୀ, ମହାତ୍ମାଗାନ୍ଧୀ, ମହିଷାସୁର ଓ ଦୁର୍ଗା ବେଶରେ ସଜ୍ଜିତ ହେ।ଇ ଦେଶାତ୍ମବେ।ଧକ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏନଏସି କର୍ମଚାରୀ,ରଣପୁର ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ବଜେନ୍ଦ୍ର ନେ।ଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ, କାଉନସିଲର, ସ୍ୱଛତା ସାଥି, ମହିଳା ସ୍ୱୟଂ ସହାୟିକା ଗେ।ଷ୍ଠୀ ଓ ଏକ ହଜାରରୁ ଅଧିକ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହେ।ଇଥିଲେ।
ରଣପୁର ଏନଏସି ତ୍ରିରଙ୍ଗା ଯାତ୍ରାରେ ବାଚସ୍ପତି
Popular Categories



