ୱାଶିଂଟନ୍: ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜିନ୍ର ମୁଖ୍ୟ ଜେଫ୍ ବେଜାସ୍ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି। ମ୍ୟାରୀ ହେଉଛନ୍ତି ଅବସରପ୍ରାପ୍ତ ବୈମାନିକ। ସେ ୬୦ବର୍ଷ ପୂର୍ବେ ମହାକାଶ ଯାତ୍ରା କରିଥିଲେ। ଏହି ଅଭିଜ୍ଞତା ବଳରେ ବୋଜେସ୍ ତାଙ୍କୁ ନିଜ ଅଭିଯାନରେ ସାମିଲ କରିଛନ୍ତି। ଏହି ଅଭିଯାନରେ ବେଜୋସ୍ଙ୍କ ଭାଇ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ଜୁଳାଇ ୨୦ରେ ‘ବ୍ଲୁ ଅରିଜିନ୍’ ନାମକ ରକେଟ ସହିତ ଏହି ଅଭିଯାନ ଆରମ୍ଭ ହେବାର ସମ୍ଭାବନା ରହିଛି। ମ୍ୟାରୀ ଯଦି ମହାକାଶ ଯାତ୍ରା କରନ୍ତି; ତେବେ ସେ ହେବେ ବିଶ୍ବର ସବୁଠୁ ବୟସ୍କ ମହାକାଶଚାରୀ। ମଜାର ବିଷୟ ହେଉଛି, ଏହି ଯାତ୍ରା ପାଇଁ ଅନୁଷ୍ଠିତ ପରୀକ୍ଷାରେ ମ୍ୟାରୀ ସଫଳ ହୋଇଛନ୍ତି।
Popular Categories



