www.samajalive.in
Saturday, December 6, 2025
16.1 C
Bhubaneswar

ଫିଲିପାଇନ୍ସରେ ମହାବାତ୍ୟା ‘ରାଗାସା’ର ତାଣ୍ଡବ

ହଂକଂ, : ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ମହାବାତ୍ୟା ‘ରାଗାସା’ ଉଗ୍ରରୂପ ଧରି ଆଗକୁ ବଢିବାରେ ଲାଗିଛି। ଚଳିତ ବର୍ଷର ଏହାକୁ ସବୁଠାରୁ ଶକ୍ତିଶାଳୀ ଝଡ଼ କୁହାଯାଉଛି। ‘ରାଗାସା’ ଫିଲିପାଇନ୍ସ ସମେତ ଅନେକ ପଡୋଶୀ ଦେଶକୁ ଦୋହଲାଇ ଦେଇଛି। ଭୟାବହତାକୁ ନଜରରେ ରଖି ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୨୩ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ମହାବାତ୍ୟା ଏବେ ଚୀନ ମୁହାଁ ହୋଇଛି। ଫିଲିପାଇନ୍ସରେ ଏହାର ଗତି ଘଣ୍ଟା ପ୍ରତି ୨୯୫ କିମି ରହିଛି। ଦକ୍ଷିଣ ଚୀନ ସାଗରରେ ଅନେକ ଦ୍ବୀପରୁ ବିମାନ ଚଳାଚଳକୁ ବାତିଲ କରାଯାଇଛି। ମକାଉ ଓ ହଂକଂ ସମେତ ଅନେକ ଅଞ୍ଚଳରେ ସ୍କୁଲ-କଲେଜ ବନ୍ଦ କରିଦିଆଯାଇଛି।

ଚୀନର ଦକ୍ଷିଣ-ପୂର୍ବ ଉପକୂଳ ଫୁଜିୟାନ ଓ ଗୁଆଁଗଦୋଙ୍ଗରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଶେନଜେନ୍ ସହରରୁ ପ୍ରାୟ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଚୀନର ଦକ୍ଷିଣ ଭାଗ ୧୦ ସହରରେ ସମସ୍ତ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି।

- Advertisement -

ରାଗାସା ଫିଲିପାଇନ୍ସରେ ଅନେକ କ୍ଷତି ଘଟାଇଛି। ଅନେକ ଗଛ ଭାଙ୍ଗିପଡିବା ସହ ଘର ମାଟିରେ ମିଶିଯାଇଛି। ଉତ୍ତର ଫିଲିପାଇନ୍ସରେ ଭୂସ୍ଖଳନ ଯୋଗୁଁ ୨ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ହଂକଂରେ ଜାରି ସତର୍କସୂଚନାରେ ରାଗାସାରେ ପ୍ରବଳ ବେଗରେ ପବନ ବହିବା ସହ ସମୁଦ୍ରରେ ୪ ମିଟର ଉଚ୍ଚ ଲହଡ଼ି ଉଠିବ ବୋଲି କୁହାଯାଇଛି। ଏହା ସହ ୩୦୦ କିମି ବେଗରେ ପବନ ବହିବା ଅନୁମାନ କରାଯାଉଛି।

ଫିଲିପାଇନ୍ସ ଶବ୍ଦ ‘ରାଗାସା’ର ଅର୍ଥ ତୀବ୍ର ଗତି। ଏହି ଝଡ଼ ଚଳିତ ବର୍ଷ ଫିଲିପାଇନ୍ସରେ ଆସିଥିବା ୧୪ତମ ବଡ ଝଡ଼। ବୁଧବାର ସକାଳେ ଏହା ହଂକଂ ଛୁଇଁବ। ଚୀନର ଦକ୍ଷିଣ ଭାଗ ସହ ତାଇୱରନରେ ଏହା ତାଣ୍ଡବ ରଚିବା ଆଶଙ୍କା କରାଯାଉଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories