ନୂଆଦିଲ୍ଲୀ: କୋର୍ଟ ଏକ ରିକଭରି ଏଜେଣ୍ଟ ନୁହନ୍ତି। ତେଣୁ କୌଣସି ଦେୱାନି ମାମଲାକୁ କୋର୍ଟ ଫୌଜଦାରୀ ମାମଲାର ରୂପ ଦେବା ନିନ୍ଦନୀୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ସୂର୍ଯ୍ୟ କାନ୍ତ ଓ ବିଚାରପତି ଏନ୍ କୋଟୀଶ୍ବର ସିଂହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଜଣଙ୍କର ବକେୟା ଅର୍ଥ ଆଦାୟ ପାଇଁ ଗିରଫ କରିବାର ଭୟ ଦେଖାଯିବା ଠିକ୍ ନୁହେଁ। ବର୍ତ୍ତମାନ ସମୟରେ ଦେୱାନି ମାମଲା (ସାଧାରଣ ବିବାଦ) ପାଇଁ ଫୌଜଦାରୀ ମାମଲା ରୁଜୁ କରାଯିବା ଭଳି ଧାରା ଜାରି ରହିଛି। ଉତ୍ତରପ୍ରଦେଶର ଏକ ଫୌଜଦାରୀ ମାମଲା ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବା ସମୟରେ ଏପରି ମତବ୍ୟକ୍ତ କରିଛନ୍ତି। ଟଙ୍କା ଫେରସ୍ତ ପାଇବା ଭଳି ଏକ ଘଟଣା ପାଇଁ ଅପହରଣ ଭଳି ଫୌଜଦାରୀ ମାମଲା ରୁଜୁ କରାଯାଇଥିଲା। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜନ କହିଥିଲେ ଯେ ଦେୱାନି ମାମଲା କ୍ଷେତ୍ରରେ ଫୌଜଦାରୀ ମାମଲା ରୁଜୁ ମଝିରେ ପୁଲିସର ଭୂମିକା ରହୁଛି। ପୁଲିସ ଯଦି ଫୌଜଦାରୀ ମାମଲା ରୁଜୁ ନ କରୁଛି ତେବେ କୋର୍ଟ ଏହାକୁ ସମାଲୋଚନା କରୁଛନ୍ତି। ପୁଲିସ ଯଦି ଫୌଜଦାରୀ ମାମଲା ରୁଜୁ କରୁଛି ତେବେ ପୁଲିସ ଅନ୍ୟଦ୍ବାରା ପ୍ରଭାବିତ ହେଉଥିବା ଅଭିଯୋଗ କରାଯାଉଛି।
Popular Categories



