www.samajalive.in
Saturday, December 6, 2025
17.1 C
Bhubaneswar

ଜାପାନ ଭୂମିକମ୍ପରେ ଅଳ୍ପକେ ବର୍ତ୍ତିଲେ ଏସ.ଏସ ରାଜାମୌଲୀ ଓ ପୁଅ କାର୍ତ୍ତିକେୟ

ମୁମ୍ବାଇ: ସାଉଥ୍‍ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍‍.ଏସ୍‍ ରାଜାମୌଲି ତାଙ୍କ ପୁଅ ଏସ୍‍ କାର୍ତ୍ତିକେୟଙ୍କ ସହ ଗତ କିଛି ଦିନ ହେବ ଜାପାନରେ ରହିଛନ୍ତି । ଆରଆରଆର ର ସ୍କ୍ରିନିଂ ପାଇଁ ଜାପାନରେ ପହଂଚିଥିଲେ ରାଜାମୌଲି । ମାର୍ଚ୍ଚ ୨୧ ଗୁରୁବାର ଦିନ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ସମୟରେ ରାଜାମୌଲି ଓ ତାଙ୍କ ପୁଅ କାର୍ତ୍ତିକେୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାପାନରେ ଅନୁଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା । ରାଜାମୌଲି ଏହି ଭୂମିକମ୍ପ ବିଷୟରେ ପ୍ରଶଂସକଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ।
କାର୍ତ୍ତିକେୟ ସୋସିଆଲ ମିଡ଼ିଆରେ ଏକ ଚିତ୍ର ସେୟାର କରିଛନ୍ତି ଏବଂ ନିଜ ସ୍ମାର୍ଟ ୱାଚରେ ଭୂକମ୍ପ ଆଲର୍ଟ ଦେଖାଇଛନ୍ତି । ଏହାର କିଛି ସମୟ ମଧ୍ୟରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ବେଳେ ବିଲ୍ଡିଂର ୨୮ମହଲାରେ ଆରଆରଆର ଟିମ୍‍ ସହ ରହିଥିଲେ ରାଜାମୌଲି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories