ଜାତୀୟ ମ୍ୟାଚରେ କଳାହାଣ୍ଡି ଖେଳାଳି
ଭବାନୀପାଟଣା : କଳାହାଣ୍ଡିର ଯୁବ ପାରା ବେଡ଼ମିଣ୍ଟନ ଖେଳାଳି ଆକାଶ ମୁଣ୍ଡ ଜାତୀୟ ପାରା ବେଡ଼ମିଣ୍ଟନ ଚମ୍ପିୟାନସିପ ପ୍ରତିଯୋଗିତାରେ ଖେଳିବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି। ଚଳିତ ମାସ ୨୦ ରୁ ୨୩ ଯାଏଁ ଟାଟାନଗର ସ୍ଥିତ ଟାଟା ସ୍ପୋର୍ଟସ କମ୍ପ୍ଲେକ୍ସର ମୋହନ ଆହୁଜା ଷ୍ଟାଡିୟମରେ ହେଉଥିବା ଏହି ମ୍ୟାଚରେ ସାମିଲ ହେଇଛନ୍ତି ଆକାଶ। ଭାରତୀୟ ଜାତୀୟ ବେଡମିଣ୍ଟନ ଏସୋସିଏସନ୍ ର ପାରା କମିଟି ଏବଂ ଟାଟା ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି ମ୍ୟାଚରେ କୋଚ ଶିବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଓଡ଼ିଶାରୁ ୮ ଜଣ ପାରା ବେଡ଼ ମିଣ୍ଟନ ଖେଳାଳି ଏଥିରେ ଅଂଶ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଆକାଶ ମୁଣ୍ଡ କଳାହାଣ୍ଡିର ଏକମାତ୍ର ଖେଳାଳି ଭାବେ ଏହି ମର୍ୟ୍ୟାଦାପୂର୍ଣ୍ଣ ମ୍ୟାଚରେ ସାମିଲ ହେଇଛନ୍ତି। ଏଥିପାଇଁ କଳାହାଣ୍ଡିର ଖେଳାଳି ମହଲରୁ ଆକାଶଙ୍କୁ ଶୁଭେଛାର ସୁଅ ଛୁଟୁଛି।
Comments are closed.