www.samajalive.in
Saturday, December 13, 2025
23.1 C
Bhubaneswar

 ଜାପାନରେ ପ୍ରଧାନମନ୍ତ୍ରୀ: କହିଲେ ଦ୍ରୁତ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଛନ୍ତି । ସେଠାରେ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦୀ । ଟୋକିଓରେ ଇଣ୍ଡିଆ-ଜାପାନ ଅର୍ଥନୀତି ଫୋରମ୍‍ କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀ ଆଗ୍ରହୀ ଅଛନ୍ତି । ବିକଶିତ ଭାରତ ଗଠନ କରିବା ଆମର ସର୍ବୋଚ୍ଚ ଲକ୍ଷ୍ୟ । ଦ୍ରୁତ ଅର୍ଥନୀତି ଆଡକୁ ଭାରତ ଅଗ୍ରସର ହେଉଛି । ବିଗତ ୧୧ବର୍ଷରେ ଭାରତର ଦ୍ରୁତ ପ୍ରଗତି ଘଟିଛି । ଭାରତରେ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ଆସିଛି । ଅଟୋ ମୋବାଇଲ୍‍ କ୍ଷେତ୍ରରେ ଆଗକୁ ବଢୁଛି ଭାରତ, ବିଜନେସ୍‍ ପାଇଁ ସିଙ୍ଗଲ୍‍ ୱିଣ୍ଡୋ ସିଷ୍ଟମ୍‍ କରିଛି ଭାରତ । ଗ୍ରୀନ୍‍ ଏନର୍ଜି କ୍ଷେତ୍ରରେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭାରତରେ ପୁଞ୍ଜି ନିବେଶ କଲେ ଭଲ ରିଟର୍ଣ୍ଣ ରହିଛି । ଭାରତ-ଜାପାନ ପାର୍ଟନରସିପ୍‍ ର ଅନେକ ସମ୍ଭାବନା ରହିଛି । ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ମେଟ୍ରୋରୁ ସେମିକଣ୍ଡକ୍ଟର ଏବଂ ବୁଲେଟ ଟ୍ରେନ ପର୍ଯ୍ୟନ୍ତ ଆମର ସହଭାଗୀତା ବିଶ୍ୱାସ ପ୍ରତୀକ । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଜାପାନ କମ୍ପାନୀ ଗୁଡିକ ଏପର୍ଯ୍ୟନ୍ତ ୪୦ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି । ଜାପାନ ପ୍ରଯୁକ୍ତିବିଦ୍ୟାର କେନ୍ଦ୍ର ହୋଇଥିଲେ ମଧ୍ୟ ଭାରତ ପ୍ରତିଭାର ଏକ ଶକ୍ତିଶାଳୀ କେନ୍ଦ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ପ୍ରଧାନମନ୍ତ୍ରୀ ଟୋକିଓରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ମୋଦୀ ମୋଦୀ ନାରା ଲଗାଇଥିଲେ । ସେଠାକାର ଲୋକମାନେ ଗାୟତ୍ରୀ ମନ୍ତ୍ର ଜପ କରି ମୋଦୀଙ୍କୁ ସ୍ୱାଗତ କରିଥିଲେ ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories