www.samajalive.in
Thursday, December 11, 2025
26.1 C
Bhubaneswar

ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

ନୂଆଦିଲ୍ଲୀ : ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ପୂର୍ବରୁ ତାଙ୍କୁ ରଘୁରାମ ରାଜନଙ୍କ ପରେ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଇଏମଏଫରେ ଏକ ନୂଆ ଓ ବଡ ଦାୟିତ୍ୱ ମିଳିଛି । ୩ ବର୍ଷ ପାଇଁ ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସାରିଛନ୍ତି। ସେ ଆରବିଆଇର ଗଭର୍ଣ୍ଣର ଥିବା ସମୟରେ ଦେଶରେ ବିମୁଦ୍ରାକରଣ କରାଯାଇଥିଲା।

ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..

- Advertisement -

ଉର୍ଜିତ ପଟେଲଙ୍କ ଜନ୍ମ ୧୯୬୩ ମସିହାରେ କେନିଆରେ ହୋଇଥିଲା। ମାତ୍ର ତାଙ୍କ ପରିବାର ଗୁଜରାଟର। ଏହା ପୂର୍ବରୁ ସେ ଆଇଏମଏଫ ସହିତ ମଧ୍ୟ କାମ କରିଛନ୍ତି। ସେ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇଡିଏଫସି ଲିମିଟେଡ୍, ଏମସିଏକ୍ସ ଲିମିଟେଡ୍ ଏବଂ ଗୁଜରାଟ ଷ୍ଟେଟ୍ ପେଟ୍ରୋଲିୟମ୍ କର୍ପୋରେସନ୍ ସମେତ ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି।

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories