www.samajalive.in
Sunday, December 14, 2025
26.1 C
Bhubaneswar

ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..

ଚଳିତ ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହା ୨୧ ସେପ୍ଟେମ୍ବର ରବିବାରରେ ଶେଷ ହେବ । ୭ ସେପ୍ଟେମ୍ବର ଦିନ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ଜ୍ୟୋତିଷ ଗଣନାନୁସାରେ ଚଳିତ ବର୍ଷର ପିତୃପକ୍ଷ ଖୁବ୍‌ ଖାସ୍‌ । ୭ ସେପ୍ଟେମ୍ବରରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ସମୟ ରାତି ୯ଟା ୫୮ ମିନିଟ୍‌ରୁ ଆରମ୍ଭ ହୋଇ ରାତି ୧ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣର ପାକ ତ୍ୟାଗ ସମୟ ସ୍ପର୍ଶ ସମୟର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୧୨ଟା ୫୭ରେ ଆରମ୍ଭ ହେବ। ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରନ୍ତୁ ନାହିଁ । ପୁଣି ୨୧ ସେପ୍ଟେମ୍ବରରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ମଧ୍ୟ ହେବ । ମାତ୍ର ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ମାତ୍ର ଚନ୍ଦ୍ରଗ୍ରହଣ ଭାରତର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ । ଏହି ସମୟରେ ଗର୍ଭବତୀ ମହିଳା, ଶିଶୁ, ବୟସ୍କା, ରୋଗୀ ସାବଧାନତା ଅବଲମ୍ବନ କରନ୍ତୁ । ମାନ୍ୟତାନୁସାରେ ଗୋଟିଏ ପକ୍ଷରେ ୨ଟି ଗ୍ରହଣ ଓ ପରାଗ ଶୁଭଙ୍କର ନୁହେଁ । ମାତ୍ର ଗ୍ରହଙ୍କ ଚଳନ ଦୃଷ୍ଟିରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ ।

ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଲାଗିବାକୁ ଯାଉଛି । ଫଳରେ ମିଥୁନ, କର୍କଟ, ବିଛା, ଧନୁ ଓ ମୀନ ରାଶି ବ୍ୟକ୍ତି ବିଶେଷଙ୍କୁ ଅଧିକ ଲାଭ ମିଳିବ । ଗୋଟିଏ ପରେ ଗୋଟିଏ ସଫଳତା ମିଳିବା ସହ ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ସଫଳତା ସହ ବ୍ୟବସାୟରେ ଉନ୍ନତି ଓ ହଠାତ୍‌ ଧନ ପ୍ରାପ୍ତି ହେବ ।

- Advertisement -

ଏହି ରାଶି ରୁହନ୍ତୁ ସାବଧାନ..
ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ । କିଛି ସମସ୍ୟା ଆସି ପାରେ । ବ୍ୟବସାୟରେ ମଧ୍ୟ ସମସ୍ୟା ଦେଖାଦେଇପାରେ ।

ତୁଳା- ଧନ ଖର୍ଚ୍ଚ ହୋଇପାରେ । ନୂଆ କାମ ଆରମ୍ଭ କରନ୍ତୁ ନାହିଁ ।

ମକର- ବିବାଦରୁ ଦୂରେଇ ରୁହନ୍ତୁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

କୁମ୍ଭ- ଅଯଥା ଚିନ୍ତା ଦେଖାଦେଇପାରେ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories