www.samajalive.in
Sunday, December 7, 2025
15.1 C
Bhubaneswar

ଉଦ୍ଦେଶ୍ୟହୀନତା ସମାଜର ବଡ଼ ଶତ୍ରୁ

ମହତ୍ତର ଉଦ୍ଦେଶ୍ୟହୀନତା ସମାଜର ଅଗ୍ରଗତିର ସବୁଠାରୁ ବଡ ଶତ୍ରୁ। ଏହା ଗୋଟେ ସମାଜକୁ ସମ୍ପୂର୍ଣ ନଷ୍ଟ କରିଦେଇପାରେ। ଏକ ସମୃଦ୍ଧ ସମାଜକୁ ରସାତଳକୁ ନେଇଯାଇପାରେ। ଇତିହାସରେ ଏହାର ଅନେକ ଉଦାହରଣ ମିଳେ। ସମାଜତାତ୍ତ୍ବିକ ଏବଂ ସାମାଜିକ ମନସ୍ତାତ୍ତ୍ବିକ (ସୋସିଆଲ ସାଇକୋଲଜି) ଦୃଷ୍ଟିକୋଣରୁ ମଧ୍ୟ ଏହା ପ୍ରମାଣିତ।
୧୯୬୮ରେ ଜଣେ ବୈଜ୍ଞାନିକ ଗୋଟିଏ ଆଦର୍ଶ ପୃଥିବୀ ତିଆରି କରିବାର ଯୋଜନା କଲେ। ଏଥିପାଇଁ ସେ ଗୋଟେ ପରୀକ୍ଷା କଲେ। ବୈଜ୍ଞାନିକଙ୍କ ନାଁ ଜନ୍‌ ବି କାଲହନ (୧୯୧୭-୧୯୯୫)। ସେ ଜଣେ ଏଥଲଜିଷ୍ଟ। ଏଥଲଜି ହେଲା ପ୍ରାଣୀମାନଙ୍କ ବ୍ୟବହାର ସମ୍ପର୍କରେ ଗବେଷଣା। ସେ ଗୋଟେ ପରୀକ୍ଷା କରିଥିଲେ; ତା ନାଁ ଦେଇଥିଲେ ‘ୟୁନିଭର୍ସ ୨୫’। ମୂଷାମାନଙ୍କୁ ନେଇ ସେ ଏ ପରୀକ୍ଷା ନିରୀକ୍ଷା କରିଥିଲେ। ସେ ତିଆରି କରିବାପାଇଁ ଚାହୁଁଥିଲେ ଏମିତି ଏକ ସମାଜ ଯେଉଁଠି ଭୋକ ନଥିବ, ରୋଗ ନଥିବ, କୌଣସି ପ୍ରକାର ଷ୍ଟ୍ରଗଲ୍ ନଥିବ। କେହି ଆପଣଙ୍କୁ ମାରିପକେଇବାର, ଆପଣଙ୍କୁ ନଷ୍ଟ କରିଦେବା ଭଳି ନଥିବେ। ଏକ ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ଦୁନିଆ। ସେଥିରେ କେବଳ ଗୋଟିଏ ଜିନିଷ ନାହିଁ; ତାହା ହେଉଛି ଉଦ୍ଦେଶ୍ୟ, ଲକ୍ଷ୍ୟ। ସେ ଆଠଟି ମୂଷାଙ୍କୁ ନେଇ ଏ ପରୀକ୍ଷା ଆରମ୍ଭ କଲେ। ଏ ଆଠଟି ମୂଷାଙ୍କୁ ଗୋଟିଏ ଜାଗାରେ ରଖାଗଲା। ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ଦିଆଗଲା। ସେମାନେ ଯେଉଁଠି ରହିବେ, ସେଠିକାର ତାପମାତ୍ରାକୁ ଆରାମଦାୟକ କରି ରଖାଗଲା। ସେମାନଙ୍କୁ ନିରାପଦରେ ରହିବାର ବ୍ୟବସ୍ଥା କରି ଦିଆଗଲା।

ସମୟକ୍ରମେ ଏ ମୂଷାମାନଙ୍କର ସଂଖ୍ୟା ବଢ଼ିଲା। ଧୀରେ ଧୀରେ ଆଠରୁ ଷୋହଳ, ଷୋହଳରୁ ଆହୁରି ବଢ଼ିବାପାଇଁ ଲାଗିଲା। ୫୬୦ ଦିନ ବେଳକୁ ମୂଷା ସଂଖ୍ୟା ଦୁଇ ହଜାରରେ ପହଞ୍ଚି ଗଲା। ତା’ପରଠୁ କ୍ରମଶଃ ଦେଖାଗଲା ଯେ ମୂଷାମାନଙ୍କ ଭିତରେ କ୍ରମଶଃ ହିଂସାକାଣ୍ଡ ବଢ଼ୁଛି। ପୁରୁଷ ମୂଷାମାନେ ଆଗରୁ ତାଙ୍କର ରହିବା ଜାଗା (ଟେରିଟେରି) କୁ ଯେମିତି ସୁରକ୍ଷା ଦେଉଥିଲେ, ତାହା କରିବା ବନ୍ଦ କରିଦେଲେ। କିଛି ମୂଷା, ମୂଷା ସମାଜରୁ ନିଜକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଲେ। ସେମାନେ ଖାଇଲେ, ଶୋଇଲେ କିନ୍ତୁ ସନ୍ତାନ ଉତ୍ପାଦନ କଲେନାହିଁ। ଦେଖାଗଲା ଯେ ମା’ ମୂଷାମାନେ ତାଙ୍କ ପିଲାମାନଙ୍କୁ ତ୍ୟାଗ କରିଦେଲେ। ଛୋଟ ପିଲାମାନେ ଯତ୍ନ ଅଭାବରୁ ମରିବାପାଇଁ ଲାଗିଲେ। ମୂଷାସମାଜରେ ଯାହା ସବୁ ସାମାଜିକ ବନ୍ଧନ ଥିଲା ତାହା ଭାଙ୍ଗିବାକୁ ଲାଗିଲା। ଆଉ ପିଲା ଜନ୍ମ ହେଲେ ନାହିଁ। ଖାଇବାର ଅଭାବ ନଥିଲା। ପ୍ରଜନନକ୍ଷମ ମାଈମୂଷା ପୁରୁଷ ମୂଷାର ଅଭାବ ନଥିଲା; କିନ୍ତୁ ଆଉ ସନ୍ତାନ ଉତ୍ପାଦନ ହେଲେ ନାହିଁ। ଏ ପରୀକ୍ଷା ଆରମ୍ଭର ୧୭୮୦ ଦିନ ବେଳକୁ ଶେଷ ମୂଷାଟି ମରିଗଲା। ଗୋଟେ ଦୁନିଆ ଯାହା ତିଆରି କରାଯାଇଥିଲା ଯେଉଁଠି ମୂଷାମାନେ ନିରାପଦରେ, ଆନନ୍ଦରେ ରହିବେ, ଆନନ୍ଦରେ ବଞ୍ଚିବେ, ସେମାନେ କ୍ରମଶଃ ବଞ୍ଚିବା ହିଁ ଭୁଲିଗଲେ।

- Advertisement -

‘ୟୁନିଭର୍ସ ୨୫’ ଏକ୍ସପେରିମେଣ୍ଟ ସମଗ୍ର ମାନବ ସମାଜକୁ ଭବିଷ୍ୟତ ସମାଜର ଗୋଟିଏ ଆଇନା ଦେଖାଏ। ସେଥିରେ କୁହାଯାଏ ଯେ ଗୋଟେ ଦୁନିଆ ଯେଉଁଥିରେ କୌଣସି ଉଦ୍ଦେଶ୍ୟ ନାହିଁ, ଷ୍ଟ୍ରଗଲ୍ ନାହିଁ, ସମ୍ପର୍କ ନାହିଁ, ତାହା କେବେ ସ୍ୱର୍ଗ ହୋଇପାରେନା। ତାହା ବସ୍ତୁତଃ ଗୋଟେ ପିଞ୍ଜରା ହୋଇଯାଏ। ଏ ପିଞ୍ଜରାରେ ଜଣେ ଖୁବ୍ ବେଶୀ ସମୟ ଧରି ବଞ୍ଚିପାରେ ନାହିଁ। ଗୋଟେ ସମାଜ ବି ବଞ୍ଚି ପାରିବ ନାହିଁ। ପିଢ଼ି ପରେ ପିଢ଼ି ଧରି ଆମ ଦାର୍ଶନିକ, ବୈଜ୍ଞାନିକ, ସମାଜ ବିଜ୍ଞାନୀମାନେ ମଣିଷ ପାଇଁ କ୍ଷୁଧାମୁକ୍ତ, ସଂଗ୍ରାମବିହୀନ, ଭୌତିକ ସୁଖସୁବିଧା ଯୁକ୍ତ, ଆରାମଦାୟକ ଯେଉଁ ପୃଥିବୀର ସ୍ପପ୍ନ ଦେଖିଆସିଛନ୍ତି – ‘ୟୁନିଭର୍ସ ୨୫’ ଏକ୍ସପେରିମେଣ୍ଟ ତାର ଲକ୍ଷ ଓ କାର୍ଯ୍ୟକାରିତାକୁ ନେଇ ଏକ ଚେତାବନୀ। ଏହା ଆମକୁ ଚେତେଇ ଦେଲା ଯେ କେବଳ ଭୌତିକ ସୁଖ, ସୁବିଧା ଆମକୁ ଦୀର୍ଘକାଳ ଧରି ବଞ୍ଚେଇ ରଖି ପାରିବ ନାହିଁ। ଆମର ବଞ୍ଚିବା ପାଇଁ, ବଢ଼ିବା ପାଇଁ, ସଭ୍ୟତା ପାଇଁ ଆମ ଜୀବନର ଗୋଟେ ଅର୍ଥ ଦରକାର। ଆମର ପରସ୍ପରକୁ ଦରକାର। ମହତ ଓ ନୈତିକତା-ଅନୁପ୍ରେରିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟହୀନ ଏବଂ ପାରସ୍ପରିକ ସମ୍ପର୍କ ବିହୀନ ଜୀବନ ଆଦୌ ଏକ ଆଦର୍ଶ ବା କାମ୍ୟ ଜୀବନ ହେଇ ରହିବ ନାହିଁ। ଏହା କ୍ରମଶଃ ଆମକୁ ସାମୂହିକ ମୃତ୍ୟୁ ଆଡକୁ ନେଇଯିବ। ଧ୍ୱଂସ ଆଡ଼କୁ ବାଟ କଡେଇ ନେବ।

ବର୍ତ୍ତମାନ କୃତ୍ରିମ ମେଧା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯେତେବେଳେ ମାନବ ଜୀବନର ଅଧିକାଂଶ କ୍ଷେତ୍ରକୁ ପ୍ରଭାବିତ କରିବାରେ ଲାଗିଛି ଏବଂ ଭୌତିକ କ୍ଷେତ୍ରରେ ଅପାର ସମ୍ଭାବନାର ଦ୍ୱାର ଖୋଲିବାରେ ଲାଗିଛି, ସେତେବେଳେ ମଣିଷ ସମାଜର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବେ ରେଖାଙ୍କିତ କରିବା ଆହୁରି ଜରୁରୀ ହୋଇ ଉଠେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories