www.samajalive.in
Sunday, December 14, 2025
17.1 C
Bhubaneswar

ଡ. କଲାମଙ୍କ ଭୂମିକାରେ ନଜର ଆସିବେ ସାଉଥ୍‌ ଅଭିନେତା ଧନୁଷ

ମୁମ୍ବାଇ :  ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍‌ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତ କହିଛନ୍ତି, ଏହି ଚରିତ୍ରକୁ ଧନୁଷଙ୍କଠୁ ଭଲ ଆଉ କେହି କରିପାରିବେ ନାହିଁ । ସେ ଜଣେ ଚମତ୍କାର ଅଭିନେତା । ଫିଲ୍ମ ପାଇଁ ସେ ରାଜି ହେଲେ, ତାହା ସବୁଠୁ ଖୁସିର କଥା । ଧନୁଷଙ୍କ ସହ କାମ କରିବା ପାଇଁ ସେ ଖୁବ୍‌ ଉତ୍ସାହିତ ।

ଓମ୍‌ କହିଛନ୍ତି, ବାୟୋପିକ୍‌ ନିର୍ମାଣ କରିବାକୁ ସେ ଭଲପାଆନ୍ତି । କିନ୍ତୁ ଏହା ସହଜ କାମ ନୁହେଁ । ଜଣେ ବ୍ୟକ୍ତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ଜଟିଳ କାମ । ଫିଲ୍ମରେ କ’ଣ ଦେଖାଯିବା ଉଚିତ୍‌ ଓ କ’ଣ ନୁହେଁ, ତାହା ସ୍ଥିର କରିବା ବହୁତ ଜରୁରି । ଅନେକ ସମୟରେ କିଛି ଖାସ୍‌ କଥା ଫିଲ୍ମରେ ନଥାଏ । ସେଥିପାଇଁ କାହାଣୀକୁ ଉଚିତ୍‌ ଓ ପ୍ରେରଣାଦାୟକ ଢଙ୍ଗରେ ପ୍ରସ୍ତୁତ କରିବା ଜରୁରି । ଡ. କଲାମଙ୍କୁ ସେ ନିଜର ପ୍ରେରଣା ବୋଲି କହିଛନ୍ତି । ତାଙ୍କ ପୁସ୍ତକ ଓମ୍‌ଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ତାଙ୍କ କାହାଣୀକୁ ପରଦାକୁ ଆଣିପାରିଲେ ଅଧିକରୁ ଅଧିକ ଲୋକ, ଖାସ୍‌କରି ଯୁବପିଢ଼ିଙ୍କୁ ପ୍ରେରଣା ମିଳିବ । ଫିଲ୍ମର ଫାର୍ଷ୍ଟଲୁକ୍‌ ଗତ ମେ’ରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ରିଲିଜ୍‌ ହୋଇଥିଲା । ଧନୁଷଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ଆନନ୍ଦ ଏଲ. ରାଏଙ୍କ ‘ତେରେ ଇଶ୍କ ମେଁ’ ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories