ସୋର: ସୋର ଲିଙ୍ଗାପଡାରେ ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା। ୩ ଦିନ ପରେ ଫେରାର ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଭଦ୍ରକ ବାସୁଦେବପୁର ଚୂଡାମଣି ସ୍ଥିତ ଗାଁରୁ ପୁଲିସ୍ ଅଭିଯୁକ୍ତକୁ ଉଦ୍ଧାର କରିଛି। ଯୁବକ ଜଣକ ଗାଁ ନିକଟରେ ଥିବା ଜଙ୍ଗଲରେ ଲୁଚି ଥିବାର ଖବର ପାଇ ପୁଲିସ ଚଢାଉ କରିଥିଲା। ପୁଲିସକୁ ଦେଖି ଭୟରେ ଅଭିଯୁକ୍ତ ଯୁବକ ଜଣକ ବିଷ ଖାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁରରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ସୋମବାର ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିଲା। ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି କରିଥିଲା। ଯୁବତୀ ଜଣକ ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ହତ୍ୟାକାଣ୍ଡ ଘଟାଇ ଯୁବକ ଜଣକ ଫେରାର୍ ହୋଇଯାଇଥିବାବେଳେ ଆଜି ପୁଲିସ ନିକଟ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି।
Popular Categories


