ଆକଳନଠୁ ଅଧିକ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ, ବ୍ୟସ୍ତ ହୁଅନ୍ତୁନି: ଜିଲ୍ଲାପାଳ

ଭୁବନେଶ୍ଵର: ଆଜି ମହାଶିବରାତ୍ରି। ସବୁଠି ଭକ୍ତମୟ ପରିବେଶ। ଓଁ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଜାଗର ପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ବ୍ୟାପକ ଆୟୋଜନ କରାଯାଇଛି। କିନ୍ତୁ ଆଜି ଆକଳନଠାରୁ ଅଧିକ ଭକ୍ତଙ୍କ ଭିଡ ହୋଇଥିବା କହିଛନ୍ତି ଜିଲ୍ଲାପାଳ। ସେ କହିଛନ୍ତି ଅଧିକ ଭକ୍ତଙ୍କ ସମାଗମ ଯୋଗୁଁ ଭିଡ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି। ସାହାଣମେଳା ଦର୍ଶନ ପରେ ଭିଡ ବ୍ୟବସ୍ଥିତ ହୋଇଯିବ। ଏ ନେଇ ବ୍ୟସ୍ତ ବିଗ୍ରତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା। ନୀତିକାନ୍ତି ନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି। ଏବେ ସୁଦ୍ଧା ସବୁ ସଠିକ୍ ଓ ନିର୍ଦ୍ଧାରିତ ସମୟରେ ଚାଲିଛି।

Comments are closed.