www.samajalive.in
Monday, December 15, 2025
26.1 C
Bhubaneswar

ଭିକ୍ଷୁକଙ୍କୁ ପିଟି ପିଟି ହତ୍ୟା

ସୋରଡ଼ା: ଭିକ୍ଷୁକଙ୍କୁ ପିଟି ପିଟି ନିର୍ମମ ହତ୍ୟା। ଗଞ୍ଜାମ ସୋରଡା ଥାନା ଗୋଚ୍ଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁରୁ ଜଣେ ବ୍ୟକ୍ତିଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଧରାକୋଟ ଥାନା ସିଂହିପୁର ଗାଁର ଶିଶୁର ମୁନି ବୋଲି ଜଣାପଡିଛି। ସେ କିଛି ଦିନ ହେବ ଗୋଚ୍ଛା ପଞ୍ଚାୟତ ଅଞ୍ଚଳରେ ରହି ଭିକ୍ଷାବୃତ୍ତି କରୁଥିଲେ। ଆଜି ଭୋର୍ ସମୟରେ ଦୁଇ ଜଣ ଯୁବକ ଶିଶିରଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଠେଙ୍ଗାରେ ପିଟି ପିଟି ଶିଶିରଙ୍କୁ ହତ୍ୟା କରିଥିଲେ। ଖବର ପାଇ ସୋରଡା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଜଣ ଯୁବକଙ୍କୁ ପୁଲିସ୍‌ ଅଟକ ରଖି ଅଧିକ ପଚରାଉଚରା କରୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories