www.samajalive.in
Monday, December 15, 2025
14.1 C
Bhubaneswar

ମା’ଙ୍କ ଶବକୁ ଦେଢକିଲୋମିଟର ବୋହିଲେ ପୁଅ- ଝିଅ

ସୋରଡା : ସ୍ୱାସ୍ଥ୍ୟ ସେବାର ଉନ୍ନତିକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସେବା ଓ ମହାପ୍ରୟାଣ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଉଛି। ସହରାଞ୍ଚଳରେ କିଛି ମାତ୍ରାରେ ଏ ସବୁ ଉପଲବ୍ଧ ହେଉଥିବା ବେଳେ ଗ୍ରାମୀଣସ୍ତରରେ ଏହି ସେବା ଉପଲବ୍ଧ ନାହିଁ। ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ି ନପାଇ ରୋଗୀ ଓ ଶବକୁ ବୋହି ନେବାର ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଆଜି ଗଞ୍ଜାମ ଜିଲା ସୋରଡ଼ା ବ୍ଳକ୍‍ ଅନ୍ତର୍ଗତ ବଡ଼ଗଡ଼ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ବୟସାଧିକ ରୋଗରେ ପୀଡିତ ଜଣେ ମହିଳାଙ୍କୁ ବଡଗଡ ଡାକ୍ତରଖାନାକୁ ପରିବାରବର୍ଗ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ନେବାକୁ ଡାକ୍ତର ଦେଇଥିବା ପରାମର୍ଶକୁ ଗ୍ରହଣ ନକରି ପରିବାର ଲୋକେ କାନ୍ଧେଇ ପୁଣି ଗାଁକୁ ନେଇଯିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳା ଜଣକ ଡାକ୍ତରଖାନାରେ ନା ବାଟରେ ପ୍ରାଣତ୍ୟାଗ କଲେ ସେ ସଂକ୍ରାନ୍ତରେ କାହା ପାଖ​‌େ​‌ର ସଠିକ ସୂଚନା ନାହିଁ। କିନ୍ତୁ ଘରେ ପହଞ୍ଚିଲା ବେଳକୁ ମହିଳାଙ୍କ ପ୍ରାଣତ୍ୟାଗ କରି ସାରିଥିଲେ।
ସୂଚନା ମୁତାବକ, ସୋରଡ଼ା ବ୍ଳକ୍‍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜୁରିଆ ଗୌଡ଼ଙ୍କ ୭୦ ବର୍ଷୀୟ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ଙ୍କୁ ଅସୁସ୍ଥତା କାରଣରୁ ବୁଧବାର ସକାଳ ୧୧ ଟା ସମୟରେ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ଗୁରୁତର ଅସୁସ୍ଥ କାରଣରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା କ୍ଷଣି ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋ​‌େ​‌କ ବ୍ରହ୍ମପୁର ନନେଇ ନିଜ ଗ୍ରାମ ପଦ୍ମପୁରକୁ ନେବା ପାଇଁ ସ୍ଥିର କରିଥିଲେ। ସେମାନେ ଲକ୍ଷ୍ମୀଙ୍କୁ କାନ୍ଧେଇ ଚାଲି ଚାଲି ନିଜ ଗ୍ରାମ ପଦ୍ମପୁରରେ ପହଞ୍ଚିଥିଲେ। ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏପରିକି ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ହୋଇଥିଲା। କିନ୍ତୁ ବୟସାଧିକ କାରଣରୁ ପରିବାର ଲୋକେ ଭଲ ହେବନି କହି ବ୍ରହ୍ମପୁର ନେଇନଥିଲେ। ମଧ୍ୟାହ୍ନଭୋଜନ ସମୟରେ କାହାକୁ ନଜଣାଇ ସେମାନେ ମୃତ ଲକ୍ଷ୍ମୀ ଗୌଡ଼ଙ୍କୁ ଧରି ଗ୍ରାମକୁ ଚାଲି ଯାଇଥିଲେ ବୋଲି ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ସାହୁ ପ୍ରକାଶ କରିଛନ୍ତି। ଡାକ୍ତରଙ୍କ ଅନୁପସ୍ଥିତିରେ କାହାକୁ ନଜଣାଇ ସେମାନେ ଲକ୍ଷ୍ମୀ ଗୌଡ଼ଙ୍କୁ ଧରି ଚାଲି ଚାଲି ଗ୍ରାମକୁ ଚାଲି ଯାଇଥିଲେ। ଖବର ପାଇ ଜଣେ ଆୟୁଷ୍‍ ଡାକ୍ତର ପଦ୍ମପୁରରେ ପହଞ୍ଚି ମୃତ ଘୋଷଣା କରିଥିଲେ। ସେ ରାସ୍ତାରେ କି ଡାକ୍ତରଖାନାରେ କେଉଁଠି ପ୍ରାଣତ୍ୟାଗ କରିଛନ୍ତି ତାହା ଜାଣିହେଉ ନାହିଁ ବୋଲି ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଣେ ଆମେ ସ୍ୱଇଛାରେ ଶବକୁ ବୋହି ଆଣିଛୁ, ଏଥିପାଇଁ ଆମେ କାହାକୁ ଦୋଷ ଦେଉନାହୁଁ ବୋଲି ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories