ନିଃସନ୍ତାନ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ଲାଗି ଜୁଇ ସଜାଡ଼ିଲେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ
ବାଲେଶ୍ୱର ଜିଲ୍ଲା ସୋରରେ କରୋନାରେ ପ୍ରାଣ ହରାଇଥିବା ଜଣେ ୯୦ ବର୍ଷୀୟ ନିଃସନ୍ତାନ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ଲାଗି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ଼ ପ୍ରଭାସ ଆଚାର୍ଯ୍ୟ ନିଜେ ଫାଉଡ଼ା ସାହାଯ୍ୟରେ ଜୁଇ ତିଆରି କଲେ। ଲୋକେ କରୋନା ଗୋଗୀଙ୍କ ପାଖକୁ ଯିବାକୁ ଭୟ କରୁଥିବା ବେଳେ ଡ଼ ଆଚାର୍ଯ୍ୟଙ୍କର ସମାଜ ସେବା କାର୍ଯ୍ୟ ସମଗ୍ର ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି। ଡ଼ ଆଚାର୍ଯ୍ୟ ‘ସମାଜ’ ତରଫରୁ ରିଲିଫ ବାଣ୍ଟିବାକୁ ଯାଇଥିବା ବେଳେ ଏହି ଅସହାୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଖବର ପାଇଥିଲେ।
Comments are closed.