www.samajalive.in
Friday, December 5, 2025
27.1 C
Bhubaneswar

ହରଭଙ୍ଗା ହାଇସ୍କୁଲରେ ୫ଟି ରୂପାନ୍ତରଣ ଅଧିବେଶନ ବୈଠକ

ହରଭଙ୍ଗା: ହରଭଙ୍ଗା ହାଇସ୍କୁଲ ପ୍ରାଙ୍ଗଣରେ ଶୁକ୍ରବାର ସ୍କୁଲ ପ୍ରଧାନଶିକ୍ଷକ ମୂରଲିଧର ରଣାଙ୍କ ଆବାହକତ୍ୱରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ ୫ଟି ରୂପାନ୍ତରଣ ଦ୍ୱିତୀୟ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସ୍କୁଲ ସଭାପତି ନିର୍ମଳ ଗୁପ୍ତା, ମୋ-ସ୍କୁଲ ସଭାପତି ଜ୍ୟୋତିର୍ମୟ ଦାସ, ପୂର୍ବତନ ସଂରପଚ ତଥା ବିଧାୟକ ପ୍ରତିନିଧି ସୁବୋଧ କୁମାର ପ୍ରଧାନ, ସ୍ଥାନୀୟ ସଂରପଚ ସୁମଞ୍ଜି ଲାଲ, ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲବ କିଶୋର ପଲ୍ଲିଆ, ବୃନ୍ଦାବନ ସାହୁ, କ୍ଷୀରୋଦ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ୫ଟିର ସମସ୍ତ କାର୍ୟ୍ୟ କରିବା ପାଇଁ ସୁବୋଧ କୁମାର ପ୍ରଧାନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। କାର୍ୟ୍ୟର ପ୍ରତ୍ୟକ୍ଷ ତଦାରଖ ପାଇଁ ଏକ ୭ଜଣିଆ କମିଟି ଗଠନ କରାଯାଇଥିଲା। ବିଦ୍ୟାଳୟ ଉନ୍ନତିକରଣ କାର୍ୟ୍ୟ ପାଇଁ ସମସ୍ତ ସଭ୍ୟ ପ୍ରତିଜ୍ଞାବଦ୍ଧ ବୋଲି ମତ ଦେଇଥିଲେ। ଆସନ୍ତା ରବିବାର ୫ଟି ରୂପାନ୍ତରଣ ଅନୁସାରେ କାର୍ୟ୍ୟ ଆରମ୍ଭ କରିବା ବୈଠକରେ ସ୍ଥିର କରାଯାଇଛି।ଶିକ୍ଷକ ତଥା ବିଦ୍ୟାଳୟ ସମସ୍ତ କର୍ମଚାରୀ ବୈଠକରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଜିତେନ୍ଦ୍ର ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories