www.samajalive.in
Monday, December 15, 2025
15.1 C
Bhubaneswar

ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ ହେଲା ବିଶେଷ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’

ସୁନ୍ଦରଗଡ଼ :  ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ବ୍ଲକରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ତ୍ୱରାନ୍ୱିତ ପୋଷଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ସୋପାନ’ କାର୍ୟ୍ୟକ୍ରମ । ତେବେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଞ୍ଚଳକୁ ଏହି କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକକୁ ‘ସୋପାନ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମିଲ କରିଛନ୍ତି। ତେବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଉପଯୋଗ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ଏବଂ ୪ଟି ପୌରାଞ୍ଚଳକୁ ସମ୍ପ୍ରସାରିତ କରିଛି। ଫଳରେ ସୁନ୍ଦରଗଡ଼ ଭଳି ଖଣି ପ୍ରଭାବିତ ଓ ଆଦିବାସୀ ବହୁଳ ଜିଲ୍ଲାରେ ଏବେ ପୋଷଣ କାର୍ୟ୍ୟକ୍ରମ ଅଧିକ ସୁଦୃଢ଼ ହୋଇପାରିବ।

- Advertisement -

ଗୁରୁବାର ଦିନ ସୁନ୍ଦରଗଡ଼ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ‘ସୋପାନ’ର ଏହି ସମ୍ପ୍ରସାରଣ ନେଇ ଘୋଷଣା କରାଯାଇଛି। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସହ ବିଭିନ୍ନ ପ୍ରମୁଖ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି।

“ସୁନ୍ଦରଗଡ଼ ଜିଲ୍ଲାର ଶିଶୁ ଓ ମା’ମାନଙ୍କ ପୁଷ୍ଟି ଆବଶ୍ୟକତାକୁ ସୁନିଶ୍ଚିତ କରିବା ଲାଗି ‘ସୋପାନ’ କାର୍ୟ୍ୟକ୍ରମକୁ ସାରା ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି। ଫଳରେ କୌଣସି ସ୍ଥାନରେ କାହାର ପୋଷଣଜନିତ ସମସ୍ୟା ଥିଲେ ତାହାର ସମାଧାନ ହୋଇପାରିବ। ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ବର୍ତ୍ତମାନ ଚାଲିଥିବା ବିଭିନ୍ନ ଯୋଜନା ସହିତ ‘ସୋପାନ’ ଯୋଡ଼ି ହେବା ଫଳରେ ପୋଷଣ କାର୍ଯ୍ୟକ୍ରମ ଏବେ ଅଧିକ ବଳିଷ୍ଠ ହୋଇପାରିବ” ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି।

‘ସୋପାନ’ ଅଧୀନରେ ଏବେ ଅତି କମ୍ ଓଜନ ବିଶିଷ୍ଟ ପିଲାମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଛତୁଆ ଦିଆଯିବ। ଏହି ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ୭୫ ଦିନ ଲାଗି ଛତୁଆ ଦିଆଯିବ। ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାମାନଙ୍କୁ ସପ୍ତାହରେ ୩ଟି ଲେଖାଏଁ ଅଣ୍ଡା ଦିଆଯିବ। ଯେଉଁମାନେ ଅଣ୍ଡା ଖାଉନାହାନ୍ତି ସେମାନଙ୍କୁ ରାଶି କିମ୍ବା ବାଦାମଯୁକ୍ତ ଲଡ଼ୁ ସହିତ ସ୍ଥାନୀୟ ଅଂଚଳରେ ମିଳୁଥିବା ବିଭିନ୍ନ ଋତୁକାଳୀନ ଫଳ ଦିଆଯିବ।

ସେହିପରି ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ପୁଷ୍ଟି ଆବଶ୍ୟକତାର ପୂରଣ ଲାଗି ଅଙ୍ଗନୱାଡ଼ି ମାଧ୍ୟମରେ ଏଣିକି ରନ୍ଧା ଖାଦ୍ୟ ଦିଆଯିବ। ଗର୍ଭାବସ୍ଥାରେ ୧୫୦ ଦିନ ଏବଂ ପ୍ରସବ ପରେ ଆଉ ୧୫୦ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସପ୍ତାହର ୬ ଦିନ ପାଇଁ ସୁଷମ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ସୂଚୀ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ଜିଲ୍ଲାରେ ଚାଲିଥିବା ମାତୃଜ୍ୟୋତି ଓ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯାଇଛି । ମାତୃଜ୍ୟୋତି ଅଧୀନରେ ସମସ୍ତ ଶିଶୁଙ୍କ ଘରୋଇ ଯତ୍ନର ତଦାରଖ, ୧୭ଟି ପ୍ରସବ କେନ୍ଦ୍ରରେ କଙ୍ଗାରୁ ମାତୃ ଯତ୍ନ ପ୍ରକୋଷ୍ଠ ସ୍ଥାପନ ଏବଂ ସ୍ୱତନ୍ତ୍ର କଙ୍ଗାରୁ ମାତୃ ଯତ୍ନ କିଟ୍ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ନବଜାତ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ସେହିପରି କୌଣସି ଜଟିଳ ରୋଗରେ ପୀଡ଼ିତ ନବଜାତ ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ରାଉରକେଲାସ୍ଥିତ ଆସ୍ଥା ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍‌ପିଟାଲ ସହ ସୁନ୍ଦରଗଡ଼ ପ୍ରଶାସନ ବୁଝାମଣା ସ୍ୱାକ୍ଷର କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories