www.samajalive.in
Friday, December 5, 2025
17.1 C
Bhubaneswar

୬୧ ଘଣ୍ଟା ପରେ ଖୋଲିଲା ସୋନୁ ସୁଦ୍‌ଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଏକାଥରେ ଆସିଲା ୯ ହଜାର ମେସେଜ

ଅଭିନେତା, ପ୍ରଯୋଜକ ତଥା ମଡେଲ ସୋନୁ ସୁଦ୍‌ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ଚର୍ଚାକୁ ଆସିବାର କାରଣ ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଯାହା ଅଚାନକ ବ୍ଲକ ହୋଇଯାଇଥିଲା। ଏହି ଆକାଉଣ୍ଟ ୨ ଦିନରୁ ଅଧିକ ସମୟ ଧରି ବନ୍ଦ ରହିଥିଲା।

ସୋନୁ ସୁଦ୍‌ ଗତ ୨୮ ତାରିଖରେ ଏକ୍ସ ପ୍ଲାଟଫର୍ମ (ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ କରି ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ୬୧ ଘଣ୍ଟା ପରେ ପୁନର୍ବାର ଚାଲୁ ହୋଇଥିବା ସୂଚନା ଦେଇଥିଲେ। ଆକାଉଣ୍ଟ ଖୋଲିବା ମାତ୍ରେ ତାଙ୍କ ନିକଟକୁ ୯୪୮୩ ମେସେଜ ଆସିଥିଲା। ସେ ଆହୁରି କହିଥିଲେ ଯେ, ହ୍ବାଟ୍ସଆପ ଆକାଉଣ୍ଟ ବନ୍ଦ ହେବା ଯୋଗୁ ସହାୟତା ଖୋଜୁଥିବା ଅନେକ ଲୋକଙ୍କୁ ସେ ସହାୟତା ଯୋଗାଇପାରି ନାହାନ୍ତି। ସୋନୁ ସୁଦ୍‌ ପ୍ରାୟତଃ  ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତା କରୁଥିବା ନଜର ଆସନ୍ତି। ସେ କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories