www.samajalive.in
Saturday, December 6, 2025
15.1 C
Bhubaneswar

କରୋନା କବଳରେ ସୋନୁ ସୁଦ୍‌: କହିଲେ- ଚିନ୍ତା କରନ୍ତୁ ନାହିଁ, ଆପଣମାନଙ୍କ ସହାୟତା ପାଇଁ ଏବେ ଅଧିକ ସମୟ ମିଳିଲା

ମୁମ୍ବଇ: ଅଭିନେତା ସୋନୁ ସୁଦ୍‌ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୋନୁ ସୂଚନା ଦେଇଛନ୍ତି। ସେ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି।

- Advertisement -

ସାମାଜିକ ଗଣମାଧ୍ୟମରେ ସୋନୁ ଲେଖିଛନ୍ତି, ‘‘କୋଭିଡ଼୍‌- ପଜିଟିଭ୍‌, ମନୋବଳ ଓ ଉତ୍ସାହ- ସୁପର୍‌ ପଜିଟିଭ୍‌। ସମସ୍ତଙ୍କୁ ନମସ୍କାର, ଆଜି ମୋର କୋଭିଡ଼୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଁ କ୍ବାରେଣ୍ଟାଇନରେ ଅଛି ଏବଂ ନିଜର ଧ୍ୟାନ ରଖୁଛି। ହେଲେ ଚିନ୍ତା କରନ୍ତୁ ନାହିଁ, ଏହାଦ୍ବାରା ମୋତେ ଆପଣମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅଧିକ ସମୟ ମିଳିଛି। ମନେ ରଖନ୍ତୁ, ମୁଁ ସର୍ବଦା ଆପଣମାନଙ୍କ ପାଇଁ ଓ ଆପଣମାନଙ୍କ ସହ ଅଛି’’।

ସୂଚନାଯୋଗ୍ୟ, ଗତ ବର୍ଷ କରୋନା ଲକଡାଉନ ସମୟଠାରୁ ଏପର୍ଯ୍ୟନ୍ତ ସୋନୁ ସୁଦ୍‌ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଅନେକ ଅଞ୍ଚଳ ଏବଂ ଅନେକ ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି। ତାଙ୍କର ଏହି ମହାନତା ପାଇଁ ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories