www.samajalive.in
Saturday, December 6, 2025
15.1 C
Bhubaneswar

ସିନ୍ଦୂର ସହ ଜଡିତ କିଛି ବିଶେଷ ଉପାୟ

ବାସ୍ତୁରେ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ସଧବା ସ୍ତ୍ରୀର ମୁଖ୍ୟ ଶୃଙ୍ଗାର ହେଉଛି ସିନ୍ଦୂର। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି ସିନ୍ଦୂର ପିନ୍ଧିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଆନ୍ତି। ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରହିଥାଆନ୍ତି। ଜାଣନ୍ତୁ ସିନ୍ଦୂର ସହ ଜଡିତ କିଛି ସହଜ ଉପାୟ ବିଷୟରେ………
ପ୍ରତ୍ୟେକ ଦିନ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ସିନ୍ଦୂର ପକାଇ ଅର୍ପଣ କରନ୍ତୁ।
ଗୃହର ମୁଖ୍ୟଦ୍ୱାରରେ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରନ୍ତୁ। ଏହାଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସର୍ବଦା ରହିଥାଏ। ଦମ୍ପତିଙ୍କ ମଧ୍ୟରେ କଳହ ହେଉଥିଲେ ଏହି ଉପାୟ ନିଶ୍ଚୟ ଆପଣାନ୍ତୁ।
ଏହାସହ ତେଲରେ ସିନ୍ଦୂର ମିଶାଇ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏପରି ଲଗାତାର ୪୦ ଦିନ କରିବା ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ହିନ୍ଦୁଧର୍ମ ଅନୁଯାୟୀ ସିନ୍ଦୂର ବିନା ଦେବାଦେବୀଙ୍କ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ।
ଧନସମ୍ପତ୍ତି ଜନିତ ସମସ୍ୟାର ସମାଧାନ ପାଇଁ ମଲ୍ଲୀଫୁଲର ତେଲରେ ସିନ୍ଦୂର ମିଶାଇ ୫ଟି ମଙ୍ଗଳବାର ଓ ଶନିବାର ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ।
ଘରର ମୁଖ୍ୟଦ୍ୱାରରେ ସିନ୍ଦୂର ଅର୍ପଣ ହୋଇଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରଖିବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି, ସମୃଦ୍ଧି ବୃଦ୍ଧି ପାଇଥାଏ।
ସଧବା ମହିଳାମାନେ ସ୍ନାନ ପରେ ମା’ଗୌରୀଙ୍କୁ ସିନ୍ଦୂର ଅର୍ପଣ କରିବା ସହ କିଛି ସିନ୍ଦୂର ମଥାରେ ଲଗାଇବା ଦ୍ୱାରା ବୈବାହିକ ଜୀବନ ସୁଖଶାନ୍ତିରେ ବିତିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories