www.samajalive.in
Saturday, December 6, 2025
15.1 C
Bhubaneswar

ଟିକାକରଣ ବୟସସୀମା ୨୫ ବର୍ଷକୁ ହ୍ରାସ ପାଇଁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ବୟସସୀମା ୨୫ ବର୍ଷକୁ ହ୍ରାସ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି। ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ର ବୈଠକରେ ସେ ଏହି ଦାବି ଉଠାଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବୋଲି କହିଛନ୍ତି।

ଶନିବାର ସିଡବ୍ଲ୍ୟୁସିର ଏକ ବୈଠକ ଭିଡିଓ କନ୍‌ଫରେନ୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶରେ ବର୍ତ୍ତମାନର କରୋନା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।

- Advertisement -

ସୋନିଆ କହିଛନ୍ତି, ବୈଠକ ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଆମ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ସହାୟତା ପାଇଁ ଚିଠି ଲେଖିଛନ୍ତି। କିଛି ମୁଖ୍ୟମନ୍ତ୍ରୀଙ୍କୁ ଅଳ୍ପକିଛି ଦିନର ଟିକା ମିଳିଛି, କିନ୍ତୁ ଅକ୍ସିଜେନ କିମ୍ବା ଭେଣ୍ଟିଲେଟର ମିଳିନାହିଁ।

ସୋନିଆ ଆହୁରି କହିଛନ୍ତି ଯେ, ମାସ ମାସ ଧରି ଟିକା ନ ମିଳିବା ଫଳରେ କେନ୍ଦ୍ର ସରକାର ବର୍ତ୍ତମାନ ଯେକୌଣସି ସ୍ଥାନରେ ବିକଶିତ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ସରକାର ଟିକାକରଣ ବୟସସୀମା ଉପରେ ମଧ୍ୟ ପୁନର୍ବିଚାର କରିବା ଦରକାର। ଟିକାକରଣ ବୟସସୀମା ୪୫ରୁ ୨୫ ବର୍ଷକୁ ହ୍ରାସ କରିବା ଜରୁରୀ ବୋଲି ସୋନିଆ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories