www.samajalive.in
Saturday, December 6, 2025
26.1 C
Bhubaneswar

ଲାଲୁଙ୍କୁ ଜାମିନ: ମୁକୁଳିବେ ଜେଲରୁ

ରାଞ୍ଚି: କାରାଦଣ୍ଡ ଭୋଗୁଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଲାଲୁ ବର୍ତ୍ତମାନ ଜେଲରୁ ମୁକୁଳିପାରିବେ। ସୂଚନାଯୋଗ୍ୟ ଯେ ଲାଲୁପ୍ରସାଦ ମୁଖ୍ୟମନ୍ତ୍ରୀ ଥିବାବେଳେ ବିହାରର ଡୁମକା ଟ୍ରେଜେରୀରୁ ଜାଲିଆତି କରି ୩.୧୩ କୋଟି ଟଙ୍କା ଉଠାଇ ନିଆଯିବା ଘଟଣାରେ ସେ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଥିବା ଲାଲୁପ୍ରସାଦଙ୍କୁ ଆଶ୍ୱସ୍ତି ମିଳିଛି।
ଜେଲଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ସଂପ୍ରତି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ତାଙ୍କୁ ବିହାରରେ ହୋଇଥିବା ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ଚାରିଟି ମାମଲା ମଧ୍ୟରୁ ତିନିଟିରେ ଜାମିନ ମିଳିସାରିଛି। ଏବେ ଚତୁର୍ଥ ମାମଲାରେ ଜାମିନ ମିଳିଥିବାରୁ ତାଙ୍କୁ ଜେଲରୁ ମୁକୁଳିବାରେ ଆଉ କିଛି ଅସୁବିଧା ହେବନାହିଁ ବୋଲି ତାଙ୍କ ଓକିଲ କହିଛନ୍ତି।
ଏ ସମ୍ପର୍କରେ ପ୍ରକାଶକରି ରାଜ୍ୟ ଜେଲ ବିଭାଗ ଆଇଜି ବିରେନ୍ଦ୍ର ଭୂଷଣ କହିଛନ୍ତି, ମାନ୍ୟବର ହାଇକୋର୍ଟଙ୍କ ଆଦେଶ ମିଳିବା ପରେ ପ୍ରଚଳିତ ପଦ୍ଧତି ଅନୁସରଣ କରି ସେମାନେ ଆରଆଇଏମଏସ ଏବଂ ଏମ୍‍ସକୁ ଅବଗତ କରାଇବେ ଯେ ଲାଲୁପ୍ରସାଦ ଆଉ ଏବେ ଜଣେ କଏଦୀ ନୁହନ୍ତି। ତେଣୁ ସେଠାରୁ ତାଙ୍କୁ ସିଧାସଳଖ ଛାଡି ଦିଆଯାଇପାରିବ। ଅଦାଲତଙ୍କ ଆଦେଶରେ ଖୁସି ବ୍ୟକ୍ତକରି ଲାଲୁପ୍ରସାଦଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ସେମାନେ ଦିନେ ନା ଦିନେ ନ୍ୟାୟ ପାଇବା ନେଇ ଭରସା ରଖିଥିଲେ। ଲାଲୁଜୀ ତାଙ୍କ ପ୍ରତି ହୋଇଥିବା କାରାଦଣ୍ଡାଦେଶର ଅର୍ଦ୍ଧେକ ସମୟ ଜେଲରେ ରହିସାରିଛନ୍ତି। ସେହି ଆଧାରରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ତେବେ ଜାମିନ ପ୍ରଦାନ କରି ହାଇକୋର୍ଟର ଜଷ୍ଟିସ ଅପରେଶ କୁମାର ସିଂ ଲାଲୁପ୍ରସାଦଙ୍କୁ ଆଦେଶ ଦେଇ କହିଛନ୍ତି ଯେ ସେ ବିନାନୁମତିରେ ଦେଶ ଛାଡିପାରିବେ ନାହିଁ କିମ୍ବା ନିଜର ଠିକଣା ଏବଂ ମୋବାଇଲ ନମ୍ବର ବଦଳାଇପାରିବେ ନାହିଁ। ୨୦୧୭ ଡିସେମ୍ବରରୁ ସେ ଜେଲରେ ଥିବାବେଳେ ସିବିଆଇର ସ୍ୱତନ୍ତ୍ର ଜଜ ୨୦୧୮ ମାର୍ଚ୍ଚରେ ଲାଲୁଙ୍କୁ ୧୪ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories